ମୁକ୍ତ ହେବ ବାଲ୍ୟ ବିବାହ: ବାହାରିଲା ସାଇକେଲ ଶୋଭାଯାତ୍ରା

ବଡବିଲ,୨୭।୧(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡବିଲର ବିଭିନ୍ନ ସ୍ଥାନରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଇନ ବିଭାଗର ବଡବିଲ ତାଲୁକ ଆଇନ ସେବା ସମିତି ପକ୍ଷରୁ ବାଲ୍ୟ ବିବାହ ମୁକ୍ତ ଭାରତ ପାଇଁ ଏକ ସଚେତନତା ସାଇକେଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲ।

ବଡବିଲ ଜେଏମ୍‌ଏଫସି କୋର୍ଟ ପରିସରରେ ଜେଏମ୍‌ଏଫସି ପ୍ରଥମ ମଲ୍ଲିକା ଗୋଏଙ୍କା ଜାତୀୟ ପତାକା ଉତ୍ତୋଳନ କରିଥିଲା ବେଳେ ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଇ ଉତ୍ସବ ପଡିଆରେ ବଡବିଲ ପୌରାଧ୍ୟକ୍ଷ ଲକ୍ଷବଚ୍ଚ ମହାନ୍ତ ଏବଂ ସାମାଜିକ କର୍ମୀ ବିଜୟ ମହାନ୍ତି ପତାକା ଉତ୍ତୋଳନ କରିଥିଲେ।

ସେହିପରି ତାଲୁକ ଆଇନ ସେବା ସମିତି ପକ୍ଷରୁ ବାଲ୍ୟ ବିବାହମୁକ୍ତ ଭାରତ ପାଇଁ ଶିଳ୍ପ ତାଲିମ ଅନୁଷ୍ଠାନର ଛାତ୍ରୀମାନଙ୍କୁ ନେଇ ଏକ ସାଇକେଲ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଶୋଭାଯାତ୍ରାକୁ ସମିତି ଅଧ୍ୟକ୍ଷା ତଥା ଜେଏମଏଫସି ପ୍ରଥମ ମଲ୍ଲିକା ଗୋଏଙ୍କା ଏବଂ ଜେଏମ୍‌ଏଫସି ଦ୍ୱିତୀୟ ଶ୍ରେୟା ଶତପଥୀ ଶୁଭାରମ୍ଭ କରିଥିଲେ। ଏହି ସମୟରେ କୋର୍ଟ କର୍ମଚାରୀ, ସରକାରୀ ଓକିଲ ଏବଂ ଆଇନଜୀବୀ ପ୍ରମୁଖ ଉପସ୍ଥିତ ରହିଥିଲେ।