ଦାରିଙ୍ଗବାଡ଼ିରେ ଫେଲ୍‌ ମାରୁଛି ବାଲ୍ୟ ବିବାହ ଆଇନ: ନାବାଳିକା ଗର୍ଭବତୀ ନେଇ ଥାନାରେ ଅଭିଯୋଗ

ଦାରିଙ୍ଗବାଡି,୧୧ା୩ (ଅରୁଣ ସାହୁ):ଦାରିଙ୍ଗବାଡି ବ୍ଲକ୍‌ ଦୁର୍ଗମ ପଞ୍ଚାୟତ ସିର୍କାବର୍ଗ ଅଞ୍ଚଳରେ ଜଣେ ନାବାଳିକା ବିବାହ କରି ଗର୍ଭବତୀ ହେବା ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ ପଞ୍ଚାୟତର ପିଇଓ ରୋଶନ କୁମାର ରଥ ଦାରିଙ୍ଗବାଡ଼ି ଥାନାରେ କରିଛନ୍ତି। ପରିବାର ଲୋକଙ୍କୁ ପ୍ରଶାସନ ପକ୍ଷରୁ ଅଭିଯୋଗ କରିବାକୁ ପରାମର୍ଶ ଦିଆହଇଥିଲା କିନ୍ତୁ ଏହା ନ ହେବାରୁ ପଞ୍ଚାୟତ ପିଇଓ ଥାନାରେ ଅଭିଯୋଗ କରିଛନ୍ତି। ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଏକ ଦୁର୍ଗମ ପଞ୍ଚାୟତର ଜଣେ ନାବାଳିକାଙ୍କୁ ଯେତେବେକେ ୧୬ବର୍ଷ ବୟସ ହୋଇଥିଲା ସେହି ସମୟରେ ତାଙ୍କ ପରିବାର ପକ୍ଷରୁ ବିବାହ କରି ଦିଆଯାଇଥିଲ। ତେବେ ବାହାଘରଟି ଲୁଚା ଛପାରେ ହୋଇଥିବାରୁ ଏହା ଜଣାପଡିଲା ନାହିଁ ବୋଲି ଦାରିଙ୍ଗବାଡି ସିଡିପିଓ ସାରାଣୀ ପଣ୍ଡା କହିଛନ୍ତି। ଏବେ ସେ ନାବାଳିକା ଗର୍ଭବତୀ ରହିଥିବା ବେଳେ ସ୍ବାସ୍ଥ୍ୟପରୀକ୍ଷା କରିବା ସମୟରେ ତାଙ୍କ ବୟସ ୧୭ ବର୍ଷ ବୋଲି ଜଣା ପଡ଼ିଛି। ତେବେ ନାବାଳିକାଙ୍କୁ ବିବାହ ଦେବା ସମୟରେ ଏହି ଦାୟିତ୍ୱରେ ଥିବା କୌଣସି ଅଧିକାରୀ କିଭଳି ଜାଣି ପାରିଲେ ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ବାଲ୍ୟ ବିବାହ ରୋକିବା ପାଇଁ ବ୍ଲକ୍‌ ଅଞ୍ଚଳରେ ସରାକରୀ ଓ ବେସରକାରୀ କର୍ମଚାରୀଙ୍କୁ ନେଇ ଏକ ଟାସ୍କ ଫୋର୍ସ କମିଟି ହୋଇଛି। କିନ୍ତୁ ବାଲ୍ୟ ବିବାହ ରୋକିବା ଦିଗରେ ଟାସ୍କଫୋର୍ସ ଫେଲ ମାରିଛି। ଏନେଇ ଟାସ୍କଫୋର୍ସର ଆବାହକ ସାଂରାଣୀ ପଣ୍ଡା କହିଛନ୍ତି ଯେ, ଅଞ୍ଚଳରେ ବ୍ୟାପକ ସଚେତନ କରାଯାଉଛି। ବାଲ୍ୟ ବିବାହ ଏକ ଅପରାଧ ବୋଲି ଜାଣି ସେମାନେ କୌଣସି ଆଡମ୍ବରରେ ବିବାହ କରାଉନାହାନ୍ତି। ବିବାହ ସାରିଦେଇ କାମଧନ୍ଦା ପାଇଁ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି । ନାବାଳିକା ଗର୍ଭବତୀ ହୋଇ ଘରକୁ ଆସିଲେ ଧାରପଡ଼ୁଛନ୍ତି। ଏବେ ଏହି ମାମଲାରେ ପୋଲିସ ପକ୍ସୋ ଆଇନରେ ଦୃଢ଼ ପଦକ୍ଷେପ ନେବ ଏବଂ ନାବାଳିକାଙ୍କୁ ସରକାରଙ୍କ ନିୟମ ଅନୁସାରେ ଦାୟିତ୍ୱ ନିଆଯିବ ବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily

 

Share