ଗଞ୍ଜାମ,୨୯।୧୧(ବିଦ୍ୟାଧର ସାହୁ ):ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗାଁ ପୋଖରୀରେ ବୁଡି ଜଣେ ଅଢେଇ ବର୍ଷର ଶିଶୁ ପୁତ୍ରଙ୍କ ମୃତ୍ୟୁ ଘଟିଛିା l ସେହି ଗାଁରେ ଭଡାରେ ରହୁଥିବା ସୁମୁନାଥ ପାତ୍ରଙ୍କ ପୁଅ ବନ୍ଧ ପାଖରେ ବୁଲୁ ଥିବା ବେଳେ ପାଣି ଭିତରକୁ ଗୋଡ଼ ଖସି ଯାଇଥିଲା।ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ପରାମର୍ଶ କ୍ରମେ ରେଡ କ୍ରସ ଫଣ୍ଡରୁ ମୃତ ଶିଶୁ ପୁତ୍ରଙ୍କ ବାପା ସୁମୁନାଥଙ୍କୁ ୩୦,୦୦୦/- ଟଙ୍କା ସରକାରୀ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l ପ୍ରଦାନ ବେଳେ ଗଞ୍ଜାମ ଆର ଆଇ ସୀତାରାମ ସାହୁ,ଭାଜପା ନଗର ସଭାପତି ଭଗବାନ ପ୍ରଧାନ, ବିଧାୟକ ପ୍ରତିନିଧି ରାନୁ ବୈଠାରୁ, ଦୁର୍ଯ୍ୟୋଧନ ରେଡି (ପିତୁ ଭାଇ )ବାପି ଦାସ, ପୂର୍ବତନ କାଉନ୍ସିଲର ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।