ଗଞ୍ଜାମ , ୨।୯(ବିଦ୍ୟାଧର ସାହୁ ): ତାମିଲନାଡୁର ଚେନ୍ନାଇସ୍ଥିତ ନେହୁର ଇନଡୋର ଷ୍ଟାଡିୟମରେ ୱାକୋ ଇଣ୍ଡିଆ କିକବକ୍ସିଂ ଫେଡେରେଶନ ଦ୍ୱାରା ଆୟୋଜିତ କିକ ବକ୍ସିଂ ପ୍ରତିଯୋଗିତା ସାରି ଓଡ଼ିଶା ଫେରିଛନ୍ତି ଗଞ୍ଜାମ ଜିଲାର ଚାରି ଜଣ ଶିଶୁ ପ୍ରତିଯୋଗୀ। ଚିଲ୍ଡରେନ ଓ କ୍ୟାଡେଟ ଆୟୋଜିତ ହୋଇଥିବା ୱକୋ ଭାରତ ଜାତୀୟ କିକବକ୍ସିଂ ଚାମ୍ପିଅନଶିପ ୨୦୨୫ରେ ଓଡ଼ିଶାର ଗଞ୍ଜାମ ବ୍ଲକର ପାୟଲ ନାହକ (୯ ବର୍ଷ) ଗଞ୍ଜାମ ଜିଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଚାମ୍ପିଅନଶିପରେ ଗଞ୍ଜାମର ପାୟଲ ୩୩ କିଲୋ ବର୍ଗରେ ରୌପ୍ୟ ପଦକ ଜିତି ରାଜ୍ୟ ପାଇଁ ଏକ ବିରାଟ ସଫଳତା ହାସଲ କରିଛନ୍ତି। ଶିଶୁ ପ୍ରତିଯୋଗୀମାନେ ଛତ୍ରପୁର ଷ୍ଟେସନରେ ପହଂଚିବା ପରେ ସେଠାରେ ଶିଶୁ ଖେଳାଳି ପାୟଲ, କଳ୍ପଜିତ, ରୀତିଶା ମହାପାତ୍ର, ଭିହାନ ଜେନାଙ୍କ ସହ କୋଚ ପ୍ରମୋଦ କୁମାର ଆପାତ ଓ ଦୁର୍ଗା ପ୍ରସାଦ ଦାସଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ପୁଇଁତୋଳା ଗ୍ରାମର ପ୍ରଶାନ୍ତ ନାହାକଙ୍କ ଝିଅ ପାୟଲ ପୂର୍ବରୁ ଅନୁଗୁଳରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କିକ ବକ୍ସିଂ ପ୍ରତିଯୋଗିତାରେ ୨ଟି ସ୍ବର୍ଣ୍ଣ ଜିତିଥିବା ବେଳେ ଦୁଷ୍ମନ୍ତ ପାତ୍ର ଓ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ରଙ୍କ ପୁଅ କଳ୍ପଜିତ ରୌପ୍ୟ ଜିତି ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିଲେ।