ପ୍ରାର୍ଥନା ପରେ ପ୍ରଣାମ ନ କରିବାରୁ ପିଲାଙ୍କୁ ନିସ୍ତୁକ ମାଡ଼: ପାଲଟା ଅଭିଯୋଗକଲେ ନିଲମ୍ବିତ ଶିକ୍ଷୟିତ୍ରୀ

ବେତନଟୀ(ଧରଣୀଧର ମହାନ୍ତି)/ବୈଶିଙ୍ଗା(ରତନ ଦାଶ),୧୫ା୯-  ପ୍ରାର୍ଥନା ପରେ ପ୍ରଣାମ ନ କରିବାରୁ ୩୦ଜଣ ଛାତ୍ରୀଛାତ୍ରଙ୍କୁ ବାଉଁଶବାଡ଼ିରେ ନିସ୍ତୁକ ମାଡ଼ମାରି ଆହତ କରିବା ଅଭିଯୋଗରେ ନିଲମ୍ବିତ ଶିକ୍ଷୟିତ୍ରୀ ଘଟଣାର ୨ଦିନ ପରେ ସୋମବାର କେତେଜଣ ଅଭିଭାବକକଙ୍କ ନଁାରେ ବୈଶିଙ୍ଗା ଥାନାରେ ପାଲଟା ଅଭିଯୋଗ କରିଛନ୍ତି। ଅଭିଭାବକମାନେ ସୋମବାର ତାଙ୍କ ଘରେ ପହଞ୍ଚତ୍ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଓ ତାଙ୍କ ଶ୍ବଶୁର ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିବା ଏବଂ ଧମକଚମକ ଦେଇଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି। ଏ ସଂକ୍ରାନ୍ତରେ ଥାନାଧିକାରୀ ବାରିଣୀ ଦାସ ଏକ ମାମଲା (ନଂ. ୪୭୧/୨୫) ରୁଜୁ କରିଛନ୍ତି। ମାଣତ୍ରୀ ଫାଣ୍ଡି ଅଧିକାରୀ ଲମ୍ବୋଦର ବାରିକ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ସୂଚନା ଅନୁଯାୟୀ, ବେତନଟୀ ବ୍ଲକ୍‌ ଅଧୀନ ପାଟଳିପୁରା ପଞ୍ଚାୟତ ଖଣ୍ଡଦେଉଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁକାନ୍ତି କର ଗତ ଗୁରୁବାର ବିଦ୍ୟାଳୟରେ ପ୍ରାର୍ଥନା ସରିବା ପରେ ପ୍ରଣାମ ନ କରିବାରୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ୩୦ ଜଣ ଛାତ୍ରୀଛାତ୍ରଙ୍କୁ କ୍ଲାସ୍‌ରୁମ୍‌କୁ ଯାଇ ଏକ ବାଉଁଶବାଡ଼ିରେ ନିସ୍ତୁକ ମାଡ଼ମାରି ଆହତ କରିଥିଲେ। ଏ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା କମିଟି ବୈଠକରେ ଆଲୋଚନା ହେବା ସହ ଅଭିଭାବକମାନେ ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ନିକଟରେ ଅଭିଯୋଗ କରିଥିଲେ। ବିଇଓ ବିପ୍ଳବ କର ବିଦ୍ୟାଳୟରେ ପହଞ୍ଚତ୍ ତଦନ୍ତକରି ଚିଠି ନଂ.୨୫