ଶିକ୍ଷକ ଗୋବିନ୍ଦ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ସାକ୍ଷୀଗୋପାଳ, ୫। ୯ (କିଶୋର ମହାପାତ୍ର/ ପ୍ରଶାନ୍ତ ବାରିକ) ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ସମାରୋହରେ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପରହାଟ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪-୨୫ ପ୍ରଦାନ କରାଯାଇଛି। ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପ୍ରାଥମିକ ଶିକ୍ଷକ ପୁରସ୍କାର ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରି ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକଙ୍କ ଏହି ଗୌରବରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରୀଛାତ୍ର, ପରିଚାଳନା କମିଟିର ସଭ୍ୟା ସଭ୍ୟ, ଗ୍ରାମବାସୀ ତଥା ଶିକ୍ଷକ ମହଲରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପୂର୍ବରୁ ୨୦୨୩ ମସିହାରେ  ପ୍ରଧାନ ସତ୍ୟବାଦୀ ବ୍ଲକରୁ ପ୍ରକୃତିବନ୍ଧୁ ପୁରସ୍କାର ପାଇଥିଲେ ।