ଛତ୍ରପୁର,୭ା୩(ସନ୍ତୋଷ ପାଢ଼ୀ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତକାଲି ଅର୍ଥାତ୍ ଶନିବାର ଗଞ୍ଜାମ ଜିଲା ଗସ୍ତରେ ଆସି ବ୍ରହ୍ମପୁରଠାରେ ସୁଭଦ୍ରା ଯୋଜନାରେ ଦ୍ୱିତୀୟ କିସ୍ତି ବଣ୍ଟନର ଶୁଭାରମ୍ଭ କରିବେ। ଏଥିଲାଗି ଟ୍ରାଫିକ୍ ଆଡଭାଇଜାରି ଜାରି କରାଯାଇଛି। ଏ ସମ୍ପର୍କରେ ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ସକାଳ ୭ଟାରୁ ବ୍ରହ୍ମପୁର ଖୋଦାସିଙ୍ଗି ଛକରୁ ଜାତୀୟ ରାଜପଥ ନିକଟ ପକୁଡ଼ି ବନ୍ଧ ଛକ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଗାଡ଼ି ଚଳାଚଳ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ। ଏଥିସହ ବ୍ରହ୍ମପୁରକୁ ଆସୁଥିବା ଏବଂ ବ୍ରହ୍ମପୁରରୁ ବାହାରୁଥିବା ଯାନବାହନ ଟ୍ରାଫିକ ଡାଇଭର୍ଟ କରି ଗୋପାଳପୁର ଜଙ୍କସନ ଦେଇ ଜାତୀୟ ରାଜପଥକୁ ଯିବା ଆସିବା କରିବ ପକୁଡ଼ି ବନ୍ଧ ଦେଇ ମୁଖ୍ୟମନ୍ତ୍ରୀଙ୍କ ସଭାସ୍ଥଳୀକୁ ଆସୁଥିବା ଯାନବାହାନକୁ ଅନୁମତି ମିଳିବ ବୋଲି କୁହାଯାଇଛି। ତେବେ ସ୍ଥାନୀୟଙ୍କୁ ଉକ୍ତ ରାସ୍ତାରେ ଯାତାୟାତ ପାଇଁ ସବୁ ଯାଞ୍ଚ ପରେ ଛଡ଼ାଯିବ ବୋଲି ସୂଚନା ଦିଆଯାଇଛି।