ତୁମୁଡିବନ୍ଧ,୫।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଅଭାସୀ ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ତହସିଲ କାଯ୍ୟଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ ସରସ ସୁନ୍ଦର ଓ ଲୋକଲୋଚନକୁ ଆଣିବା ପାଇଁ ଅତିଥିମାନଙ୍କୁ ପାରମ୍ପରିକ ଚାଙ୍ଗୁ ବାଦ୍ୟ ମାଧ୍ୟମରେ ତୁମୁଡିବନ୍ଧ ତହସିଲଦାର ଦୋଳ ଗୋବିନ୍ଦ ସାହୁ ସ୍ବାଗତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତି ମାଝି, ଜିଲା ପରିଷଦ ସଭ୍ୟ ନବୀନ ପାତ୍ର, ପୂର୍ବତନ ବିଧାୟକ ରାଜୀବ ପାତ୍ର, ପୂର୍ବତନ ଜିଲା ପରିଷଦ ଉପାଧ୍ୟକ୍ଷ ତଥା ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନେତ୍ର ମାନସେଠ, ତୁମୁଡିବନ୍ଧ ସରପଞ୍ଚ ପ୍ରିୟଙ୍କା ପଡାରା, କରୁକୁଡୁପା ସରପଞ୍ଚ ବିଶେଷଣ ମାଝି, ଭାଜପାର ମଣ୍ଡଳ ସଭାପତି ସର୍ବେଶ୍ୱର ମାଝି,ଅତିରିକ୍ତ ତହସିଲଦାର ବ୍ଲୁଚୁମ ପ୍ରଧାନ ,ଅଗ୍ନିଶମ ବିଭାଗ ଅଧିକାରୀ ଚିତ୍ତରଞ୍ଜନ ସାହୁ, ଉପ କୋଷଗାର ଅଧିକାରୀ,ବିକାଶ ଚନ୍ଦ୍ର ପ୍ରଧାନ, ଏ ଏସ ଆଇ ସଞ୍ଜୟ କୁମାର ପ୍ରଧାନ ଭାଜପା ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀଚନ୍ଦ୍ର ପରାସେଠ, ବରିଷ୍ଠ ନାଗରିକ ଲଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉପନିର୍ବନ୍ଧନ କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଅପରାହ୍ନ ୧୨.୪୫ମିନିଟରେ ଅଭାସୀ ମାଧ୍ୟମରେ ଉଦଘାଟନ କରିଥିଲେ। ଏହି ଉପନିବନ୍ଧନ କାର୍ଯ୍ୟାଳୟ ଉଦଘାଟନ ହେବା ଫଳରେ ଅଞ୍ଚଳବାସୀଙ୍କ ପାଇଁ ଏକ ସୁବିଧା ଏବଂ ଶୁଭଙ୍କର ହେବ। ପୂର୍ବରୁ ଅଞ୍ଚଳବାସୀ ସୁଦୂର ବାଲିଗୁଡା ଉପନିର୍ବନ୍ଧନ କାର୍ଯ୍ୟାଳୟକୁ ଯିବାକୁ ପଡୁଥିଲା। ଯାହାଫଳରେ ତୁମୁଡିବନ୍ଧ ଅଞ୍ଚଳର ସାଧାରଣ ଲୋକ ବହୁତ ହଇରାଣ ହେବା ସହିତ କ୍ଷତିରେ ମଧ୍ୟ ପଡ଼ିଥାନ୍ତି। ଏବେ ଅତି ସହଜରେ କମ ଖର୍ଚ୍ଚରେ ହୋଇ ପାରିବ। ଏହି ତୁମୁଡିବନ୍ଧ ଉପନିବନ୍ଧନ କାର୍ଯ୍ୟାଳୟରେ ପ୍ରତ୍ୟେକ ବୁଧବାର ଭୁସମ୍ପତ୍ତି କିଣା ବିକାର ରେଜିଷ୍ଟ୍ରେଶନ କରାଯିବା ନେଇ ତୁମୁଡିବନ୍ଧ ତହସିଲଦାର ସାହୁ କହିଛନ୍ତି। ତେବେ ତୁମୁଡିବନ୍ଧରେ ଉପନିବନ୍ଧନ କାର୍ଯ୍ୟାଳୟ ହେବାରୁ ତୁମୁଡିବନ୍ଧ ଅଞ୍ଚଳର ଭୁସମ୍ପତ୍ତିର ଦୁଃଖ ଲାଘବ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଏପରି ପଦକ୍ଷେପକୁ ଅଞ୍ଚଳବାସୀ ସ୍ବାଗତ କରିବା ସହିତ ଧନ୍ୟବାଦ ଜଣାଇଛନ୍ତି।