ନୂଆଦିଲ୍ଲୀ,୮।୨: ଦିଲ୍ଲୀର ପ୍ରାରମ୍ଭିକ ଟ୍ରେଣ୍ଡରେ ଭାଜପାକୁ ବହୁମତ ମିଳୁଥିବା ଦେଖାଯାଉଛି। ତଥାପି, ଚୂଡ଼ାନ୍ତ ଫଳାଫଳ ଆସିବାକୁ ନିଶ୍ଚିତ ଭାବରେ କିଛି ସମୟ ଲାଗିବ। କିନ୍ତୁ, ଯଦି ଏହି ଟ୍ରେଣ୍ଡ ଆଗକୁ ବଢେ ତେବେ ୨୭ବର୍ଷର ବନବାସ ପରେ ଭାଜପା ରାଜ୍ୟରେ ବିପୁଳ ବିଜୟ ହାସଲ କରିବ।
କୁହାଯାଉଛି ଆମ ଆଦମୀ ପାର୍ଟି ଦିଲ୍ଲୀରେ ହାରିବା ପଛରେ କିଛି ବିଶେଷ ଏବଂ ବଡ଼ କାରଣ ଅଛି। କଂଗ୍ରେସ ସହିତ ମେଣ୍ଟ ନ କରିବା ଆମ ଆଦମୀ ପାର୍ଟିର ଏକ ବଡ଼ ଭୁଲ ଥିଲା। ଏହା ବ୍ୟତୀତ, ଅସଦୁଦ୍ଦିନ ଓୱେସିଙ୍କ ଦଳ ଏଆଇଏମଆଇଏମ। ମୁସଲିମ ବହୁଳ ଆସନରେ ମଧ୍ୟ ଭାଜପା ଟ୍ରେଣ୍ଡରେ ଆଗରେ ରହିଥିଲା। ଗୋଟିଏ ପଟେ, ଯଦି ଆମ ଆଦମୀ ପାର୍ଟି ମୁସଲିମ ବହୁଳ ଅଞ୍ଚଳରେ ହାରୁଛି, ଯେଉଁଠାରେ ଜନସଂଖ୍ୟା ୫୦% ରୁ ଅଧିକ ମୁସଲିମ, ତେବେ ଏହାର କାରଣ ଥିଲା ଭୋଟ ବିଭାଜନ। ଯଦିଓ ଦିଲ୍ଲୀ ବିଧାନସଭା ର୍ନିବାଚନ ୨୦୨୫ର ସକାଳ ୯ଟା ଟ୍ରେଣ୍ଡରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଭାଜପା ପ୍ରାର୍ଥୀ ରମେଶ ବିଧୁରୀଙ୍କ ପଛରେ ଅଛନ୍ତି, ସେ କହିଛନ୍ତି ଯେ, ମୁଁ ନିଶ୍ଚିତ ଯେ ଦିଲ୍ଲୀବାସୀଙ୍କ ପ୍ରେମ ଆମ ପ୍ରତି ରହିବ।
କାଲକାଜୀ ବିଧାନସଭା ର୍ନିବାଚନ ମଣ୍ଡଳୀରୁ ଦ୍ୱିତୀୟ ଥର ପାଇଁ ବିଧାନସଭା ର୍ନିବାଚନ ଲଢ଼ୁଥିବା ଆତିଶୀ ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ କହିଛନ୍ତି ଯେ ଯଦି ଆମେ ଆମ ଆଦମୀ ପାର୍ଟିର ଇତିହାସ ଦେଖିବା, ତେବେ ଯେତେବେଳେ ଆମେ ଆରମ୍ଭ କରିଥିଲୁ, ଆମ ପାଖରେ କିଛି ନଥିଲା। ଆମେ ରାଜନୀତିରେ ସଫଳ ହୋଇପାରିବୁ ବୋଲି କେହି କଳ୍ପନା କରିପାରି ନ ଥିଲେ। ଆମର ଆର୍ଥିକ କିମ୍ବା ଶାରୀରିକ ଶକ୍ତି ନଥିଲା, ଆମେ ଧାର୍ମିକ ରାଜନୀତି କରୁନଥିଲୁ, କିମ୍ବା ଭୋଟ ବ୍ୟାଙ୍କ ରାଜନୀତି କରୁନଥିଲୁ। କିନ୍ତୁ ଆମ ପାଖରେ ଦିଲ୍ଲୀବାସୀଙ୍କ ପ୍ରେମ ଏବଂ ଭଗବାନଙ୍କ ଆଶୀର୍ବାଦ ଥିଲା, ଯାହା ଯୋଗୁଁ ଆମେ ଆଜି ଏହି ସ୍ଥିତିରେ ପହଞ୍ଚିଛୁ। ମୁଁ ନିଶ୍ଚିତ ଯେ ଦିଲ୍ଲୀବାସୀଙ୍କ ଦିଲ୍ରେ ଆମେ ରହିବୁ।
କାଲକାଜୀ ବିଧାନସଭା ଆସନରେ ଆତିଶୀଙ୍କ ସହ ଭାଜପା ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେଉଛି। ଶନିବାର ସକାଳ ୮ଟାରେ ଦିଲ୍ଲୀ ବିଧାନସଭା ର୍ନିବାଚନର ଭୋଟ ଗଣତି ଆରମ୍ଭ ହୋଇଛି। ବୁଧବାର (ଫେବୃଆରୀ 5) ଦିନ ଦିଲ୍ଲୀ ବିଧାନସଭାର ସମସ୍ତ ୭୦ ଟି ଆସନ ପାଇଁ ମତଦାନ ହୋଇଥିଲା।
କହିରଖୁଛୁ ଯେ, ଯଦି ଆମେ ଦିଲ୍ଲୀର ଗତ ଦୁଇଟି ବିଧାନସଭା ର୍ନିବାଚନର ତଥ୍ୟ ଉପରେ ନଜର ପକାଇବା, ତେବେ ଜଣାପଡ଼େ ଯେ ୨୦୨୦ ର୍ନିବାଚନରେ AAP ୭୦ଟି ଆସନରୁ ୬୨ ଟି ଜିତିଥିଲା, ଯେତେବେଳେ ଭାଜପା ୮ ଟି ଆସନ ଜିତିଥିଲା। ୧୫ ବର୍ଷ ଧରି ଦିଲ୍ଲୀରେ ଶାସନ କରିଥିବା କଂଗ୍ରେସ ଗତ ଦୁଇଟି ବିଧାନସଭା ର୍ନିବାଚନରେ ଖାତା ଖୋଲିପାରି ନଥିଲା ଏବଂ ଏଥର ମଧ୍ୟ ଏହାର ପ୍ରଦର୍ଶନ ସମାନ ରହିବ ବୋଲି ଆଶା କରାଯାଉଛି। କିନ୍ତୁ, କଂଗ୍ରେସ ବିଶ୍ୱାସ କରେ ଯେ ଏଥର ଫଳାଫଳ ଭଲ ହେବ।