ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development Council chairman) ଭାବେ ନିଯୁକ୍ତି ଦେଇଛନ୍ତି।
ତାଙ୍କର ଏହି ନିଯୁକ୍ତି ପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦୁଝର ଏମପି ଅନନ୍ତ ନାୟକ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ଭାଜପା ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ)ମାନସ ମହାନ୍ତି, ଜିଲା ଭାଜପା ସଭାପତି ଶୁକଦେବ ମାହାନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ମମିତାଙ୍କୁ ଏମପି ଶ୍ରୀ ନାଏକ, ପୂର୍ବତନ ଭାଜପା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଜିଲା ଭାଜପା ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, ଅଗନୁ ଚରଣ ମହାନ୍ତ, ସାହାରପଡା ବ୍ଲକ ଅଧ୍ୟକ୍ଷା ରିନା ନାଏକ,ସାହାର ପଡା ମଣ୍ଡଳ ସଭା ପତି ବୁଲୁ ବାରିକ, ଉଦୟ ପୁରମଣ୍ଡଳର ସଭାପତି ନରହରି ମହାନ୍ତ, କେନ୍ଦେଇ ପୋଷି ମଣ୍ଡଳ ସଭା ପତି ଜୁଲିୟସ ସିଂ, ପାଟଣାର ମଣ୍ଡଳ ସଭାପତି ବ୍ରଜ ସେଠୀ, ଖିରେଇ ଟାଙ୍ଗିରୀର ମଣ୍ଡଳ ସଭାପତି ମନୋଜ ମହାନ୍ତ, ଭାଜପା ନେତା ଯୁବନେତା ସବିର ଦାଶ,ପ୍ରକାଶ ସେଠୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି।