ଆଗକୁ ୨୦୨୭ ନିର୍ବାଚନ: ଖଜୁରୀପଡ଼ା ବ୍ଲକ୍‌ ପରିଦର୍ଶନ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଖଜୁରିପଡ଼ା,୨୩ା୮ ( ବିଦୁର ବେହେରା): ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ମଧୁସୂଦନ ପାଢ଼ୀ ବୁଧବାର ଖଜୁରିପଡ଼ା ବ୍ଲକ୍‌ ପରିଦର୍ଶନ କରିଛନ୍ତି। ୨୦୨୭ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ବିଡ଼ିଓ ଶୁଭ ଦତ୍ତାତ୍ରେୟ ବାହିନୀପତିଙ୍କ ସହିତ ଅଫିସରେ ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ବ୍ଲକ କର୍ମଚାରୀମାନେ ଯୋଗ ଦେଇଥିଲେ। ଖଜୁରୀପଡ଼ା ବ୍ଲକ୍‌ର କେଉଁ କେଉଁ ବୁଥ୍‌ରେ ଭୋଟର ସଂଖ୍ୟା ଅଧିକ ଅଛି। ସେହି ବୁଥ୍‌ର ଭୋଟରଙ୍କୁ ନିକଟସ୍ଥ ବୁଥ୍‌ରେ ସଂଯୋଗ କରାଯିବା ପାଇଁ କହିଛନ୍ତି। ପଞ୍ଚାୟତ ନିର୍ବାଚନ ବେଳେ ବୁଥ ସଂଖ୍ୟା ବଢାଇବା ପାଇଁ ପରାମର୍ଶ ଦେଇଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପରିଦର୍ଶନ ବେଳେ ସିଡିଓ ଶମ୍ଭୁନାଥ ନନ୍ଦୀ , ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ ଏବଂ ଜିଲା ପଞ୍ଚାୟତ ଅଧିକାରୀ ନରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share
Tags: odisha