ନୂଆପଡ଼ା,୧୬।୯(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ନେଇ ମୋଟ ୫୬ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ମତଦାନ କେନ୍ଦ୍ର ୩୦୨ରୁ ୩୫୮କୁ ବୃଦ୍ଧି କରାଯାଇଛି। ସହରାଞ୍ଚଳରେ ୩୬ ଓ ଗ୍ରାମାଞ୍ଚଳରେ ୩୨୨ ମତଦାନ କେନ୍ଦ୍ର ରହିଛି। ନିର୍ବାଚନ ମଣ୍ଡଳୀରେ ୫୨ଟି ମତଦାନ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଛି। ସପ୍ଟେମ୍ବର ୧୫କୁ ଯୋଗ୍ୟତା ତାରିଖ ଭାବେ ରଖି ଚିଠା ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି। ରାଜନୈତିକ ଦଳମାନଙ୍କୁ ଚିଠା ଭୋଟର ତାଲିକା ଉପଲବ୍ଧ କରାଯାଇ ଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।