ଚାନ୍ଦବାଲି,୧୩।୧୦(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ମାଧପୁର ପଞ୍ଚାୟତ ବଙ୍ଗାଳୀପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। କୁକୁଡ଼ା ଫାର୍ମ ମାଲିକଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକ ହେଲେ ଅଜୟ ଗିରି। ତାଙ୍କ ଘର ଭଦ୍ରକ ଜିଲା ଚରମ୍ପାରେ
ମିଳିଥିବା ସୂଚନା ମୁତାବକ, ବର୍ଷେ ହେଲା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନାରେ ବଙ୍ଗାଳୀପଡାରେ ଏକ କୁକୁଡ଼ା ଫାର୍ମକୁ ପାର୍ଟନସିପ୍ରେ ଉଭୟ ଅଜୟ ଗିରୀ ଏବଂ ଶୁଭ୍ରାଂଶୁ ସ୍ବାଇଁ ଚଳାଉ ଥିଲେ । ହେଲେ ରବିବାର ରାତିରେ ଅଜୟଙ୍କ ପାର୍ଟନର ଶୁଭ୍ରାଂଶୁ ନିକଟ ବଜାରକୁ ଯାତ୍ରା ଦେଖିବାକୁ ଯାଇଥିଲେ । ଅଜୟ ଫାର୍ମରେ ଥିଲେ l ଭୋର ସାଢେ ୪ଟାରେ ଶୁଭ୍ରାଂଶ ଫାର୍ମକୁ ଫେରିଥିଲେ l ସେତିକିବେଳେ ତାଙ୍କ ପାର୍ଟନର ଅଜୟ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ପରେ ଫାର୍ମର କର୍ମଚାରୀ ଏବଂ ଶୁଭ୍ରାଂଶୁ ଅଜୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚାନ୍ଦବାଲି ମେଡିକାଲ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୋଗ ପରେ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।
ଅନ୍ୟପକ୍ଷେ ଫାର୍ମ କର୍ମଚାରୀ କମଳାକାନ୍ତ ସେଠୀ ସକାଳୁ ଦେଖିବା ବେଳକୁ ସିସିଟିଭି ତାର କଟା ଯାଇଥିବା କହିଛନ୍ତି। ପାର୍ଟନର ଶୁଭ୍ରାଂଶୁ ସ୍ବାଇଁଙ୍କ ଘର କେନ୍ଦ୍ରାପଡ଼ା ବୋଲି ସୂଚନା ମିଳିଛି।