Categories: Home Left

ଛତ୍ରପୁର ଓକିଲ ସଂଘ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

ଛତ୍ରପୁର,୪ା୪( ଦିଲ୍ଲୀପ ସାମଲ): ଛତ୍ରପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସିଏଚ. ସୂର୍ଯ୍ୟ ନାରାୟଣ ରେଡ୍ଡୀ ସଂଘର ନୂତନ ସଭାପତି ପ୍ରଦୀପ କୁମାର ପାଢୀ, ସମ୍ପାଦକ ଏସ. ଶ୍ୟାମ କୁମାର, ଉପସଭାପତି ଚୈତନ୍ୟ ପ୍ରଧାନ, ଯୁଗ୍ମ ସମ୍ପାଦକ ଅନାମ ଚନ୍ଦ୍ର ପ୍ରଧାନ, ଲାଇବ୍ରେରୀ ସେକ୍ରେଟାରୀ ବିଶ୍ୱ ଭୂଷଣ ପାଢୀ, ସହ -ସମ୍ପାଦକ ଜି କେଶବ ଶେଖର ରେଡ୍ଡୀ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପଲାଇ ଓ କାର୍ଯ୍ୟକାରୀ ସଦସ୍ୟ ଶିବ ପ୍ରସାଦ ସାହୁଙ୍କୁ ଶପଥ ପାଠ କରାଇଥିଲେ । ସହକାରୀ ନିର୍ବାଚନ ଅଧିକାରୀ ସନ୍ତୋଷ କୁମାର ସାହୁ ପରିଚାଳନାରେ ସହଯୋଗ କରିଥିଲେ ।