Categories: Home Leftଖେଳ

ତଥାପି ରେକର୍ଡ ଭାଙ୍ଗି ପାରିଲେ ନାହିଁ ପୂଜାରା

ସାଉଥାମ୍ପଟନ,୧୯।୬: ଟେଷ୍ଟ ସ୍ପେଶାଲିଷ୍ଟ ଚେତ୍ତେଶ୍ୱର ପୂଜାରା ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଅତ୍ୟନ୍ତ ଧୀମା ବ୍ୟାଟିଂ କରିଥିଲେ। ଖାତା ଖୋଲିବା ପାଇଁ ତାଙ୍କୁ ୩୫ଟି ବଲ ଖେଳିବାକୁ ପଡ଼ିଥିଲା। ୩୬ତମ ବଲରେ ନିଲ ଓ୍ବାଗନରଙ୍କୁ ପଏଣ୍ଟ ଅଞ୍ଚଳରେ ଚୌକା ଲଗାଇ ଖାତା ଖୋଲିଥିଲେ। ଶେଷରେ ୫୪ତମ ବଲରେ ୮ ରନ୍‌ କରି ପ୍ୟାଭିଲିଅନ ଫେରିଥିଲେ ପୂଜାରା। ତେବେ ଖାତା ଖୋଲିବା ପୂର୍ବରୁ ଏତେ ସଂଖ୍ୟାରେ ବଲ ଖେଳିବା ପୂଜାରାଙ୍କ ପାଇଁ କିଛି ନୂଆ ନୁହେଁ। ସେ ୩ ବର୍ଷ ତଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟେଷ୍ଟରେ ୫୪ତମ ବଲରେ ଖାତା ଖୋଲିଥିଲେ।

ଭାରତୀୟଙ୍କ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ରେ ଖାତା ଖୋଲିବା ପୂର୍ବରୁ ସର୍ବାଧିକ ସଂଖ୍ୟକ ବଲ ଖେଳିବାର ରେକର୍ଡ ରବି ଶାସ୍ତ୍ରୀଙ୍କ ନାମରେ ରହିଛି। ବର୍ତ୍ତମାନ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଶାସ୍ତ୍ରୀ ୧୯୯୨ରେ ଜୋହାନ୍ସବର୍ଗଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟରେ ଖାତା ଖୋଲିବା ଆଗରୁ ୬୮ଟି ଡଟ୍‌ ବଲ ଖେଳିଥିଲେ।