Categories: Home Leftଖେଳ

ଟ୍ରେନିଂ ଆରମ୍ଭ କଲା ସିଏସ୍‌କେ

ନୂଆଦିଲ୍ଲୀ,୮।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଆଗାମୀ ସିଜନ ପାଇଁ ସୁରଟର ଲାଲଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମରେ ସୋମବାର ଟ୍ରେନିଂ ଆରମ୍ଭ କରିଛି। ସିଏସ୍‌କେ ପକ୍ଷରୁ ଶେୟାର କରାଯାଇଥିବା ଭିଡିଓରେ ପ୍ରଶଂସକମାନେ ଧାଡ଼ି କରି ଛିଡ଼ା ହୋଇଥିବା ବେଳେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଦଳର ଅନ୍ୟ ଖେଳାଳିଙ୍କ ସହିତ ଟ୍ରେନିଂ ପାଇଁ ଷ୍ଟାଡିୟମ ଭିତରକୁ ଯାଉଥିବା ଦେଖିବାକୁ ମିଳୁଛି।

‘ସେହି ଆଖି ଏବଂ ଭଲ ପାଇବା ସହ ହସ ଆମକୁ ସବୁଠାରେ ଆନନ୍ଦ ଦେଇଥାଏ’ ବୋଲି ଟୁଇଟର ପୋଷ୍ଟର କ୍ୟାପଶନରେ ଉଲ୍ଲେଖ କରାଯାଇଛି। ଭିଡିଓରେ ଧୋନୀଙ୍କ ସହିତ ଅମ୍ବାତି ରାୟୁଡୁ, କେ ଏମ୍‌ ଅସିଫ, ଏବେ ସୁରଟରେ ଟ୍ରେନିଂ କରୁଥିବା ଦେଖିବାକୁ ମିଳୁଛି।