ନୂଆଦିଲ୍ଲୀ,୪।୨: ପୁଣି କୁନୋ ଜାତୀୟ ଉଦ୍ୟାନରେ ଖେଳିଯାଇଛି ଖୁସିର ମାହୋଲ। ଏଠାରେ ୨ଟି ଚିତା ଛୁଆ ଜନ୍ମ ନେଇଛନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି, ମଧ୍ୟପ୍ରଦେଶରେ ଚିତାଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। ଚିତାଙ୍କ ସଂଖ୍ୟା ବୃଦ୍ଧି ସହିତ, ରାଜ୍ୟରେ ପର୍ଯ୍ୟଟନକୁ ଏକ ନୂତନ ପ୍ରୋତ୍ସାହନ ମିଳୁଛି।
ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି, ମଧ୍ୟପ୍ରଦେଶର ଭୂମିରେ ଚିତାଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଥିବା ସୂଚନା ଦେଇ ବହୁତ ଖୁସି ଅନୁଭବ କରୁଛି। ଆଜି, ମାଈ ଚିତା ବୀରା ଦୁଇଟି ଛୋଟ ଛୁଆଙ୍କୁ ଜନ୍ମ ଦେଇଛି। ମଧ୍ୟପ୍ରଦେଶ ଭୂମିରେ ଚିତା ଛୁଆମାନଙ୍କୁ ସ୍ବାଗତ କରାଯାଉଛି ଏବଂ ମୁଁ ଏହି ଛୋଟ ଛୁଆମାନଙ୍କ ଆଗମନ ପାଇଁ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଏହି ପ୍ରକଳ୍ପ ସହିତ ଜଡିତ ସମସ୍ତ ଅଧିକାରୀ, ଡାକ୍ତର ଏବଂ କ୍ଷେତ୍ର କର୍ମଚାରୀଙ୍କୁ ଅଭିନନ୍ଦନ, ଯାହାଙ୍କ ଅକ୍ଳାନ୍ତ ପରିଶ୍ରମର ଫଳସ୍ବରୂପ, ଆଜି ମଧ୍ୟପ୍ରଦେଶକୁ ‘ଚିତାର ଧରିତ୍ରୀ’ ଭାବରେ ମଧ୍ୟ ଜଣାଶୁଣା।