ନୂଆଦିଲ୍ଲୀ,୯ା୩: ନାମିବ୍ୟାରୁ ଅଣାଯାଇଥିବା ଚିତା ଜ୍ୱାଳା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସୋମବାର ୫ ଶାବକ ଜନ୍ମ କରିବାରୁ ଭାରତରେ ଚିତାସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଭାରତର ଚିତା ସଂରକ୍ଷଣ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। କିଛିଦିନ ତଳେ ଚିତା ଗାମିନୀ ୪ ଶାବକଙ୍କୁ ଜନ୍ମ ଦେଇଥିଲା।
ଜ୍ୱାଳା ତୃତୀୟ ଥର ପାଇଁ ଶାବକ ଜନ୍ମ ଦେଇଛି। ଏହାକୁ ମିଶାଇ ଭାରତରେ ଜନ୍ମିତ ଚିତା ସଂଖ୍ୟା ୩୩ରେ ପହଞ୍ଚିଛି। ଏହି ସଫଳତା ପ୍ରାଣୀଧନ କର୍ମଚାରୀମାନଙ୍କ ଉତ୍ସର୍ଗୀକୃତ ଉଦ୍ୟମ, ଦକ୍ଷତା ଯୋଗୁ ମିଳିଥିବା କେନ୍ଦ୍ରମନ୍ତ୍ରୀ ପ୍ରକାଶ କରିଛନ୍ତି