Categories: ବାଣିଜ୍ୟ

ଚେକ୍‌ କ୍ଲିୟରିଂ ହେବ ଅଧିକ ସୁରକ୍ଷିତ

ନୂଆଦିଲ୍ଲୀ,୭।୮: ଆର୍‌ବିଆଇ ପଜିଟିଭ୍‌ ପେ ନାମକ ଏକ ଫିଚର ଆଣିବାକୁ ଯାଉଛି। ଏହାଦ୍ୱାରା ଚେକ୍‌ କ୍ଲିୟରିଂ ଅଧିକ ନିରାପଦ ଏବଂ ଦକ୍ଷ ହୋଇପାରିବ। ଆକାଉଣ୍ଟଧାରୀ ଜାରି କରିଥିବା ଚେକ୍‌ର ବ୍ୟାଙ୍କ ସଂକ୍ରାନ୍ତ ତଥ୍ୟ ତୃତୀୟ ପକ୍ଷଙ୍କୁ ଏହାଦ୍ୱାରା ସହଜରେ ପଠାଇପାରିବେ। ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଚେକ୍‌ ନିରାପଦ ତଥା ତ୍ୱରିତ ଭାବେ କ୍ଲିୟର କରିବାରେ ଏହା ସହାୟକ ହେବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି। ଜାରି ହୋଇଥିବା ଚେକ୍‌ ଠିକ୍‌ ରହିଛି ଏବଂ ଏଥିରେ କୌଣସି ଠକାମି ହୋଇ ନାହିଁ ବୋଲି ମଧ୍ୟ ଏହି ବ୍ୟବସ୍ଥା ଦ୍ୱାରା ବ୍ୟାଙ୍କଗୁଡିକ ଅବଗତ ହୋଇପାରିବେ। ନୂଆ ବ୍ୟବସ୍ଥା ଆସିଲେ ଚେକ୍‌ ଇସ୍ୟୁ କରାଯିବା ସମୟରେ ଦିଆଯାଉଥିବା ସୂଚନାକୁ ଭିତ୍ତିକରି ଚେକ୍‌ ଗ୍ରହଣ କରୁଥିବା ବ୍ୟାଙ୍କ ଚେକ୍‌ ପ୍ରୋସେସ୍‌ କରିବେ। ଏହି ବ୍ୟବସ୍ଥା ଜାରି ହେଉଥିବା ଚେକ୍‌ର ୨୦% ଅଂଶ ହାସଲ କରିବ। ଭାଲ୍ୟୁ ଦୃଷ୍ଟିକୋଣରୁ ଏହା ପ୍ରାୟ ୮୦% ହେବ। ବର୍ତ୍ତମାନ ଲାଗୁ ହେଉଥିବା ଚେକ୍‌ ଟ୍ରଙ୍କେଶନ ସିଷ୍ଟମରେ ଟାମ୍ପରି ହେଉଥିବା ନଜରକୁ ଆସିଛି। ଏହାକୁ ଧ୍ୟାନରେ ରଖି କେନ୍ଦ୍ରୀୟ ବ୍ୟାଙ୍କ ନୂଆ ବ୍ୟବସ୍ଥା ହାତକୁ ନେବ। ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ପଜିଟିଭ ପେ ବ୍ୟବସ୍ଥାକୁ ଗ୍ରହଣ କରିଥିବା ଜଣାପଡିଛି।

Share