ରାତି ପାହିଲେ ମା’ ମାଣିକେଶ୍ୱରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା: ଭବାନୀପାଟଣା ସହର ଚଳ ଚଞ୍ଚଳ

ଭବାନୀପାଟଣା,୨୯।୯(ଉତ୍ତମ କୁମାର ଦାଶ): ରାତି ପାହିଲେ ଅର୍ଥାତ ମଙ୍ଗଳବାର ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଭବାନୀପାଟଣା ସହରରେ ମହାସମାରୋହରେ ପାଳନ ହେବ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି  ଭବାନୀପାଟଣା ସମେତ ସମଗ୍ର କଳାହାଣ୍ଡି ଜିଲା। ଏଥିରେ ଲକ୍ଷାଧିକ ଭକ୍ତ ସାମିଲ ହେବେ ବୋଲି ଜଣାପଡ଼ିଛି।
ସେହିପରି ମାନସିକଧାରୀ ମଧ୍ୟ ମାନସିକ ପୂରଣପାଇଁ ହଜାର ହଜାର ପଶୁପକ୍ଷୀ ବଳି ଦେବେ ବୋଲି ସୂଚନା ମିଳିଛି । ସୋମବାର ସକାଳେ ମା’ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସମାଗମ ହୋଇଥିଲା। ପରେ ଅପରାହ୍ନ ୧ରୁ ଭକ୍ତଙ୍କ ପାଇଁ ମା’ଙ୍କ ଦର୍ଶନ ବାରଣ କରାଯାଇଥିଲା। ଏହା ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ରହିବ ବୋଲି ଜଣାପଡିଛି। ଛତର ଯାତ୍ରା ପାଇଁ ପାଇଁ ଭବାନୀପାଟଣା ସହର ଚଳଚଞ୍ଚଳ ହୋଇଉଠିଛି। ଜିଲା ତଥା ଜିଲା ବାହାରର ଲୋକ ଭବାନୀପାଟଣାକୁମା’ଙ୍କ ଦର୍ଶନ ପାଇଁ ଆସୁଥିବା ଦେଖିବାକୁ ମିଳିଛି। ଫଳରେ ଚାରିଆଡ଼େ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଛତର ଯାତ୍ରାରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି କୁ ଜୋରଦାର କରାଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ଓ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ପ୍ରତି ଦୃଷ୍ଟି ରଖାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି କଳାହାଣ୍ଡି ଏସ ପି ନାଗରାଜ ଦେବର କୋଣ୍ଡା ସୂଚନା ଦେଇଛନ୍ତି। ସେହିପରି ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ୨୫ ଟି ଛକ ରେ  ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ, ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ସହ  ୩୫ ଟି ସିସିଟିଭି  କ୍ୟାମେରା ଯାହାକି ଟାଉନ ଥାନା ଠାରେ କରାଯାଇଥିବା କଣ୍ଟ୍ରୋଲ ରୁମରୁ ଆୟତ୍ୱ କରାଯିବ। ଭକ୍ତ ମାନେ ସିଧା ସଳଖ ସିସିଟିଭି ନଜରରେ ରହିବେ। ସେହିପରି ଚଳିତ ଛତର ଯାତ୍ରାରେ  କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ସହ ୨୨ଟି ଘଣ୍ଟ ଦଳ ଅଂଶଗ୍ରହଣ କରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି