ବଲାଙ୍ଗୀର, ୨୧।୧୧ (ସୁନିଲ କୁମାର ମହାନ୍ତି): ପ୍ରତିଷ୍ଠିତ ଓ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ମୃତ୍ୟୁ ବିବାଦ ଥମୁନାହିଁ। ହ୍ୟୁମାନଙ୍କ ମୃତ୍ୟୁ ଘଟଣାରେ ତାଙ୍କର ଦୁଇ ଜଣ ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ବିରୁଦ୍ଧରେ ବଲାଙ୍ଗୀର ଟାଉନ ଥାନାରେ କୋଶଲବାଦୀ ସଙ୍ଗଠନ ତରଫରୁ ଶୁକ୍ରବାର ଅଭିଯୋଗ କରାଯାଇଛି। ହ୍ୟୁମାନଙ୍କ ସ୍ବାସ୍ଥ୍ୟ ଖରାପ ଥିବା ସତ୍ତ୍ବେ ତାଙ୍କୁ ଷ୍ଟେଜ ଶୋ କରିବାକୁ ବାଧ୍ୟ କରୁଥିବା ଏବଂ ତାଙ୍କ ମାଆ ଅଭିଯୋଗ କରିବାରୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଏ ଦିଗରେ ଅଧିକ ତଦନ୍ତ କରିବାକୁ କୋଶଲବାଦୀ ସଙ୍ଗଠନ ସଦସ୍ୟ ଏବଂ ସାମାଜିକ ସାଂସ୍କୃତିକ ସଂଗଠନର ସଦସ୍ୟମାନେ ଦାବି କରିଛନ୍ତି।