Traffic sign quoting shutdown
ଚୌଦ୍ୱାର,୧୫ା୮(ଡି.ଏନ୍.ଏ.) : କଟକ ଜିଲା ଚୌଦ୍ୱାର ଥାନା ଅନ୍ତର୍ଗତ ବାଣିପଦା ପଞ୍ଚାୟତ ଚାଙ୍ଗୁ ଗାଁକୁ ୪୮ଘଣ୍ଟା ଅର୍ଥାତ୍ ଶନିବାର ସନ୍ଧ୍ୟା ୫ଟାରୁ ସୋମବାର ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଶଟ୍ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ଜ୍ୟୋସ୍ନାରାଣୀ ସୁବୁଦ୍ଧିରାୟ। ଉକ୍ତ ଗ୍ରାମରେ ଆଜି ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସରପଞ୍ଚ ଗ୍ରାମକୁ ସାନିଟାଇଜ୍ କରାଇବା ସହିତ ଶଟ୍ଡାଉନ୍ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ ଆକ୍ରାନ୍ତ ବ୍ୟକ୍ତି ଜଣକ କଟକରେ ଏକ ଡାକ୍ତରଖାନାରେ ଚାକିରି କରୁଥିଲେ।