ବଲାଙ୍ଗୀର,୧ା୧୧(ସୁନିଲ କୁମାର ମହାନ୍ତି): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୫ ଅକ୍ଟୋବର ୨୭ରୁ ଆରମ୍ଭ ହୋଇ ନଭେମ୍ବର ୨ ପର୍ଯ୍ୟନ୍ତ ପାଳନ କରାଯାଉଛି। ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶନିବାର ଜିଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗୀର ଶାଖା ପକ୍ଷରୁ ଶନିବାର ଜନସାଧାରଣଙ୍କୁ ସଚେତନତା କରିବା ପାଇଁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଡିଏଫ୍ଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲାପାଳ ଡଃ. ବିଜୟାନନ୍ଦ ସେଠୀ ଓ ଉପଜିଲାପାଳ ଆଲୋକ କୁମାର ପଟେଲ ପତାକା ଦେଖାଇ ଶୋଭାଯାତ୍ରା ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ଜିଲା ବନଖଣ୍ଡ କାର୍ଯ୍ୟାଳୟର ବୈଠକ ଗୃହଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।
ଏହି ସଭାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲାପାଳ ଡ. ବିଜୟାନନ୍ଦ ସେଠୀ, ମୁଖ୍ୟବକ୍ତା ଭାବେ ଡ. ପ୍ରେମଚାନ୍ଦ ମହାନ୍ତି ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ, ଜିଲାପରିଷଦ ତରଣୀ ସୁନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ, ସହ କମାଣ୍ଡାଣ୍ଟ, ଶରତ ସୁନା, ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ, ନିର୍ବାହୀ ଅଧିକାରୀ, ପୌରପରିଷଦ ସନ୍ତୋଷ ବେହେରା, ଜିଲା ସାମାଜିକ କଲ୍ୟାଣ ଅଧିକାରୀ, ସୁଷମା ମହାପାତ୍ର, ଦୁର୍ନୀତି ନିବାରଣ ଉପ ଅଧିକ୍ଷକ ପୁଲସ୍ତି ଛତ୍ରିଆ, ଆରକ୍ଷୀ ନୀରିକ୍ଷକ ଟେରେସା ଖେସ ଯୋଗଦେଇଥିଲେ। ଜନସାଧାରଣ ନିଜର ଦାୟିତ୍ୱ, କର୍ତ୍ତବ୍ୟ ଓ ଅଧିକାର ପ୍ରତି ସଚେତନ ହେଲେ ଦୁର୍ନୀତି ରୋକାଯାଇ ପାରିବ ଏବଂ ପ୍ରତ୍ୟେକ ସ୍ତରରେ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।