ଭାଦ୍ରପଦ ପୂର୍ଣ୍ଣିମା ଅବସରରେ ୭ ସେପ୍ଟେମ୍ବର ୨୦୨୫ରେ କୁମ୍ଭ ରାଶିରେ ଚନ୍ଦ୍ର ଗ୍ରହଣ ଲାଗୁଛି। ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ, ଏହି ଗ୍ରହଣ ସମୟରେ ରାହୁ କୁମ୍ଭରେ, ସୂର୍ଯ୍ୟ ସିଂହରେ ଏବଂ ଗୁରୁ ମିଥୁନ ରାଶିରେ ରହିବେ। କୁମ୍ଭର ସ୍ବାମୀ ଶନି ଅଟନ୍ତି। ଏହି ସମୟରେ କୁମ୍ଭ, ମୀନ ଓ ମେଷ ରାଶି ଉପରେ ଶନିଙ୍କ ସାଢେ ସାତି ମଧ୍ୟ ରହିଛି। ଶନି ନ୍ୟାୟ, ପୂର୍ବ ଜନ୍ମ, ବ୍ୟବସାୟ, ଅର୍ଥ, ରାଜନୀତି ଓ ଧର୍ମର କାରକ ଗ୍ରହ ହୋଇଥିବାରୁ ଏହି ଗ୍ରହଣ ସମସ୍ତ ରାଶିଙ୍କୁ ପ୍ରଭାବିତ କରିବ। ଗ୍ରହଣ ପରେ ସ୍ନାନ, ପୂଜା ଓ ଦାନ କରିବା ଦ୍ୱାରା ସମସ୍ତ ଦୋଷ ଦୂର ହୋଇଥାଏ। ଗ୍ରହଣ କାଳରେ କେବଳ ଭଗବାନଙ୍କ ନାମ ଜପ କରିବା ମନରେ ମାନସିକ ଭାବେ ଭଗବାନଙ୍କ ନାମ ଜପ କରନ୍ତୁ।
ଚନ୍ଦ୍ର ଗ୍ରହଣର ରାଶିଙ୍କ ଉପରେ ପ୍ରଭାବ:
**ମେଷ ରାଶି**: ସ୍ବାସ୍ଥ୍ୟରେ ସମସ୍ୟା ହୋଇପାରେ। ମାନସିକ ଚିନ୍ତା ରହିବ। ଶ୍ରୀ ହନୁମାନଙ୍କ ଉପାସନା କରନ୍ତୁ। ଗହମ ଓ ଗୁଡ଼ ଦାନ କରନ୍ତୁ।
**ବୃଷ ରାଶି**: ଧନ ଆଗମନ ହେବ, କିନ୍ତୁ ଖର୍ଚ୍ଚ ମଧ୍ୟ ହେବ। ଏହି ରାଶିରେ ଗ୍ରହଣର ଦଶମ ପ୍ରଭାବ ରହିବ। ସ୍ବାସ୍ଥ୍ୟ ସୁଖ ପ୍ରଭାବିତ ହେବ। ହନୁମାନ ବାହୁକ ପାଠ କରନ୍ତୁ। ଚିନି ଓ ଚାଉଳ ଦାନ କରନ୍ତୁ।
**ମିଥୁନ ରାଶି**: ସ୍ବାସ୍ଥ୍ୟ ସହ ସୁଖ ପ୍ରଭାବିତ ହେବ। ଖର୍ଚ୍ଚ ହେବ, କିନ୍ତୁ ଧନ ଆଗମନ ହୋଇପାରେ। ଶ୍ରୀ ସୂକ୍ତ ପାଠ କରନ୍ତୁ। ଗାଈକୁ ପାଳଙ୍ଗ ଖୁଆନ୍ତୁ। ମୁଗ ଓ କର୍ପୂର ଦାନ କରନ୍ତୁ।
**କର୍କଟ ରାଶି**: ମାନସିକ ଅଶାନ୍ତି ରହିପାରେ। ଆର୍ଥିକ ସୁଖରେ ବାଧା ଆସିପାରେ। ଭଗବାନ ଶିବଙ୍କ ଉପାସନା କରନ୍ତୁ। ଚିନି, ଦୁଗ୍ଧ ଓ ଚାଉଳ ଦାନ କରନ୍ତୁ।
**ସିଂହ ରାଶି**: ଧନ ପ୍ରାପ୍ତି ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଶ୍ରୀ ଆଦିତ୍ୟହୃଦୟସ୍ତୋତ୍ର ପାଠ କରନ୍ତୁ। ଗହମ ଦାନ କରନ୍ତୁ।
**କନ୍ୟା ରାଶି**: ଧନ ପ୍ରାପ୍ତି ହୋଇପାରେ। ସୱାସ୍ଥ୍ୟ ମଧ୍ୟମ ରହିବ। ଶ୍ରୀ ବିଷ୍ଣୁ ସହସ୍ତ୍ରନାମ ପାଠ କରନ୍ତୁ। ଗାଈକୁ ପାଳଙ୍ଗ ଖୁଆନ୍ତୁ। ବସ୍ତ୍ର ଦାନ କରନ୍ତୁ।
**ତୁଳା ରାଶି**: ଧନ ପ୍ରାପ୍ତି ହେବ, କିନ୍ତୁ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତି। ଏହି ଗ୍ରହଣ ବ୍ୟବସାୟରେ କ୍ଷତି କରିପାରେ। ଭଗବାନ ଶିବଙ୍କ ଉପାସନା କରନ୍ତୁ। ଚାଉଳ ଓ ଚିନି ଦାନ କରନ୍ତୁ।
**ବିଛା ରାଶି**: ଧାର୍ମିକ ଚିନ୍ତାଧାରା ରହିବ। ଧନ ପ୍ରାପ୍ତି ହେବ, କିନ୍ତୁ ସ୍ବାସ୍ଥ୍ୟ ଖରାପ ହୋଇପାରେ। ଶ୍ରୀ ସୂକ୍ତ ପାଠ କରନ୍ତୁ।
**ଧନୁ ରାଶି**: ଧନ ଆଗମନ ହୋଇପାରେ। ଧାର୍ମିକ ଯାତ୍ରା ହେବ। ଶ୍ରୀ ବିଷ୍ଣୁ ଉପାସନା କରନ୍ତୁ। ଅନ୍ନ ଓ ଧାର୍ମିକ ପୁସ୍ତକ ଦାନ କରନ୍ତୁ।
**ମକର ରାଶି**: ଆର୍ଥିକ ସମସ୍ୟା ଆସିପାରେ। ସ୍ବାସ୍ଥ୍ୟ ସହ ସୁଖରେ ବାଧା ଆସିବ। ଭଗବାନ ଶିବଙ୍କ ପୂଜା କରନ୍ତୁ। ରାଶି ଦାନ କରନ୍ତୁ।
**କୁମ୍ଭ ରାଶି**: ଏହି ରାଶିରେ ଗ୍ରହଣ ଲାଗୁଛି। ଧନ ପ୍ରାପ୍ତି ହେବ, କିନ୍ତୁ ସ୍ବାସ୍ଥ୍ୟରେ ସମସ୍ୟା ହୋଇପାରେ। କୁଶୋଦକ ଦ୍ୱାରା ଭଗବାନ ଶିବଙ୍କ ରୁଦ୍ରାଭିଷେକ କରନ୍ତୁ। ରାଶି ଏବଂ ବିରି ଡ଼ାଲି ଦାନ କରନ୍ତୁ।
**ମୀନ ରାଶି**: ଧନ ଆଗମନ ହେବ। ଧାର୍ମିକ ଯାତ୍ରା ହୋଇପାରେ। ହନୁମାନ ବାହୁକ ପାଠ କରନ୍ତୁ। ଧାର୍ମିକ ପୁସ୍ତକ, କଲମ ଓ ଅନ୍ନ ଦାନ କରନ୍ତୁ।