ଜ୍ୟୋତିର୍ବିଦଙ୍କ ମତରେ, ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ ବିଧେୟ। ତେଣୁ ୩ ତାରିଖ ସୂର୍ଯ୍ୟୋଦୟ ପରେ ଅନ୍ନ ଭୋଜନ ଓ ଦେବ ନୀତି ନିଷେଧ। ଶ୍ରୀମନ୍ଦିରରେ ଦିନବେଳା ଦର୍ଶନ ବନ୍ଦ ରହିବ ଆଉ ରାତିରେ ହେବ ଶ୍ରୀଜିଉଙ୍କ ସୁନାବେଶ। ଯଦିଓ ଏହା ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ତେବେ ଓଡ଼ିଶାରେ ଏହା ୨୦ରୁ ୨୫ ମିନିଟ୍ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ଗ୍ରହଣ ସ୍ପର୍ଶ ୩ ତାରିଖ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ୪୭ରେ ସର୍ବମୋକ୍ଷ ହେବ ।
ସେଦିନ ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୭ରେ ସର୍ବମୋକ୍ଷ ହେବ। ମୋକ୍ଷ ପ୍ରକ୍ରିୟା ଅପରାହ୍ନ ୫ଟା ୩୩ ମିନିଟରୁ ଆରମ୍ଭ ହେବ। ଜ୍ୟୋତିର୍ବିଦଙ୍କ ମତରେ, ଏହି ଚନ୍ଦ୍ରଗ୍ରହଣ ଓଡ଼ିଶାରେ ମାତ୍ର ୫୭ ମିନିଟ୍ ଦୃଶ୍ୟମାନ ହେବ।
ଏହି ଗ୍ରହଣ ସିଂହ, କନ୍ୟା, ବିଛା, ଧନୁ ,ମକର, କୁମ୍ଭ ରାଶି ପାଇଁ ଅଶୁଭ ଥିବା ବେଳେ ମେଷ, ବୃଷ,ମିଥୁନ, କର୍କଟ, ତୁଳା ଓ ମୀନ ପାଇଁ ଶୁଭଙ୍କର ରହିଛି। ଦୋଳପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଶ୍ରୀମନ୍ଦିର ଇତିହାସରେ ଦୁର୍ଲଭ ଓ ବିରଳ ସଂଯୋଗ। ତେଣୁ ଚନ୍ଦ୍ରଗ୍ରହଣ ଯୋଗୁଁ ଦିନ ବଦଳରେ ରାତିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ।