ବରଗଡ,୧୯।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ହାଟପଦା ପଡାସ୍ଥିତ ଉମା ଟକିଜ୍ ପାଖରେ ଥିବା ଗୋଟିଏ ଘର ଭିତରୁ ରବିବାର ସକାଳୁ ଜଣେ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତ ବୃଦ୍ଧା ଜଣକ ହେଲେ, ଉକ୍ତ ପଡ଼ାର ଦ୍ରୌପଦୀ ମହାପାତ୍ର (୬୨)। ତେବେ କିଭଳି ପରିସ୍ଥିତିରେ ଏହି କାଣ୍ଡ ଘଟିଛି, ତାହା ସ୍ପଷ୍ଟ ହୋଇ ନାହିଁ।
ଘଟଣାସ୍ଥଳରେ ବରଗଡ ଟାଉନ ଥାନା ପୋଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି ।