Champions Trophyରେ ହାରିଗଲେ ବି ମାଲାମାଲ୍‌ ହେବେ ଟିମ୍‌, ଜାଣନ୍ତୁ କିଏ ପାଇବେ କେତେ କୋଟି? 

ନୂଆଦିଲ୍ଲୀ,୬।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜେତା ଟିମ୍‌ କୋଟିପତି ହେବେ। ସେହିଭଳି ପରାଜିତ ଟିମ୍‌ ମଧ୍ୟ ମାଲାମାଲ ହେବେ। କାରଣ ଆଇସିସି ୨୦୧୭ ଟୁର୍ନାମେଣ୍ଟ ତୁଳନାରେ ଚଳିତ ଥର ପୁରସ୍କାର ରାଶିକୁ ୫୩% ବୃଦ୍ଧି କରିଛି।
୨୦୧୭ରେ ବିଜେତା ଟିମ୍‌କୁ ୧୪.୧୧ କୋଟି ଟଙ୍କା ମିଳିଥିଲା। ହେଲେ ଏବେ ଏହି ରାଶି ବୃଦ୍ଧି ପାଇ ୧୯.୪୫ କୋଟି ଟଙ୍କା ହୋଇଛି। ଅର୍ଥାତ ଯେଉଁ ଟିମ୍‌ ରବିବାର ମ୍ୟାଚ୍‌ ଜିତିବ ସେ ଏହି ରାଶିର ହକ୍‌ଦାର ହେବେ। ସେହିଭଳି ରନର୍ସ ଅପ୍‌ ଟିମ୍‌କୁ ୯.୭୨ କୋଟି ଟଙ୍କା ମିଳିବ। ୨୦୧୭ରେ ଟିମ୍‌କୁ ୭.୦୫ କୋଟି ଟଙ୍କା ମିଳିଥିଲା।
ସେମିଫାଇନାଲରେ ପରାଜିତ ଟିମ୍‌କୁ ମଧ୍ୟ ଟୁର୍ନାମେଣ୍ଟରେ ୪.୮୬ କୋଟି ଟଙ୍କା ମିଳିଥିଲା। ୬ଷ୍ଠ ଏବଂ ୭ମ ସ୍ଥାନରେ ରହୁଥିବା ଟିମ୍‌କୁ ୩.୪୦ କୋଟି ଟଙ୍କା ମିଳିବ। ୭ମ ଏବଂ ୮ମ ସ୍ଥାନରେ ଥିବା ଟିମ୍‌କୁ ୧.୨୧ କୋଟି ଟଙ୍କା ମିଳିବ।
ଟୁର୍ନାମେଣ୍ଟରେ ଗ୍ରୁପ୍‌ ଷ୍ଟେଜ୍‌ ଖେଳିଥିବା ଟିମ୍‌ ମଧ୍ୟ ଟଙ୍କା ପାଇବେ। ଏଥିରେ ବିଜେତା ଟିମ୍‌କୁ ୨୯.୫ ଲକ୍ଷ ଟଙ୍କା ମିଳିବ। ଏହାଛଡ଼ା ଚାମ୍ପିଅନ୍ସ ଟ୍ରଫିରେ ଭାଗ ନେଉଥିବା ପ୍ରତି ଟିମ୍‌ ୧.୨୧ କୋଟି ଟଙ୍କା ରାଶି ନିଶ୍ଚିତ ପାଇବେ।