କରାଚୀ, ୧୯।୨: ନ୍ୟାଶନାଲ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଉଦ୍ଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡ ୬୦ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଓ୍ବିଲ୍ ୟଙ୍ଗ୍ ଓ ଟମ୍ ଲଥାମଙ୍କ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ୫୦ ଓଭରରେ ୫ ଉଇକେଟ ହରାଇ ୩୨୦ ରନ କରିଥିଲା।
୩୨୧ ବିଜୟ ଲକ୍ଷ୍ୟରେ ପାକିସ୍ତାନ ୪୭.୨ ଓଭରରେ ୨୬୦ ରନକରି ଅଲ୍ଆଉଟ ହୋଇ ଯାଇଥିଲା। ଖୁସଦିଲ ଶାହା (୬୯) ଓ ବାବର ଆଜମ (୬୪)ଙ୍କ ଅର୍ଦ୍ଧଶତକ ଏବଂ ସଲମାନ ଆଘାଙ୍କ ଦ୍ରୁତ ୪୨ ରନ ପାକିସ୍ତାନ ବିଜୟ ପାଇଁ ପର୍ଯ୍ୟାପ୍ତ ହୋଇ ନ ଥିଲା।
ନ୍ୟୁଜିଲାଣ୍ଡ ପକ୍ଷରୁ ଓ୍ବିଲିୟମ ଓ’ରୌର୍କ ଏବଂ ଅଧିନାୟକ ମିଚେଲ ସାଣ୍ଟନର ୩ଟି ଲେଖାଏ ଉଇକେଟ ନେଇଥିଲେ। ମ୍ୟାଟ୍ ହେନରିଙ୍କୁ ୨ଟି ଉଇକେଟ ମିଳିଥିଲା। ବିଜୟ ଫଳରେ ନ୍ୟୁଜିଲାଣ୍ଡ ୨ ପଏଣ୍ଟ ସହ ଗ୍ରୁପ୍ ‘ଏ’ ଟେବୁଲର ଶୀର୍ଷରେ ରହିଛି।