Categories: Home Leftଖେଳ

Champions Trophy: ପାକିସ୍ତାନରେ ପହଞ୍ଚିଲା ଅଷ୍ଟ୍ରେଲିଆ ଦଳ

ଲାହୋର,୧୭ା୨: ଆଇସିସି ଚାମ୍ପିୟନ୍ସ ଟ୍ରଫି ଖେଳିବା ଲାଗି ଅଷ୍ଟ୍ରେଲିଆ କ୍ରିକେଟ ଦଳ ସୋମବାର ପାକିସ୍ତାନରେ ପହଞ୍ଚିଛି। ବୁଧବାର କରାଚୀର ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମ୍ୟାଚ ସହ ଟୁର୍ନାମେଣ୍ଟ ଆରମ୍ଭ ହେବ। ପାକିସ୍ତାନ ହେଉଛି ଗତଥରର ଚାମ୍ପିୟନ ଦଳ। ୨୦୧୭ରେ୍‌ ୟୁନାଇଟେଡ କିଙ୍ଗଡମ୍‌ (ୟୁକେ)ରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟର ଫାଇନାଲରେ ଭାରତକୁ ପରାସ୍ତ କରି ପାକିସ୍ତାନ ଟାଇଟଲ ବିଜୟୀ ହୋଇଥିଲା।

ଟୁର୍ନାମେଣ୍ଟରେ ଅଷ୍ଟ୍ରେଲିଆ ଏହାର ପ୍ରଥମ ମ୍ୟାଚ ଫେବୃଆରୀ ୨୨ରେ ଗଦାଫି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଖେଳିବ। ଅଷ୍ଟ୍ରେଲିଆ ଦଳ ଦୁଇଟି ପୃଥକ୍‌ ପୃଥକ୍‌ ଗ୍ରୁପ୍‌ରେ ଦୁବାଇ ଦେଇ କଲମ୍ବୋରୁ ଆସି ଏଠାରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ଅଧିନାୟକ ଷ୍ଟିଭ ସ୍ମିଥ୍‌, କୋଚ୍‌, ସପୋର୍ଟ ଷ୍ଟାଫ୍‌ ଆସିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ୧୫ ଖେଳାଳି ଏବଂ ଅତିରିକ୍ତ ସପୋର୍ଟ ଷ୍ଟାଫ୍‌ ସମାନ ବାଟ ଦେଇ ଲାହୋରରେ ଓହ୍ଲାଇଛନ୍ତି। ଭାରତ କିନ୍ତୁ ଏହାର ସମସ୍ତ ମ୍ୟାଚ ହାଇବ୍ରିଡ୍‌ ମଡେଲ ଚୁକ୍ତି ଅନୁସାରେ ଦୁବାଇରେ ଖେଳିବ।

ଅଷ୍ଟ୍ରେଲିଆ ଦଳ: ଷ୍ଟିଭ ସ୍ମିଥ୍‌ (ଅଧିନାୟକ), ସିନ୍‌ ଆବଟ, ଆଲେକ୍ସ କାରେ, ବେନ୍‌ ଡ୍ବାରସୁଇସ୍‌, ନାଥାନ ଏଲିସ, ଜେକ୍‌ ଫ୍ରେଜର-ଅମ୍ୟାକ୍‌ଗ୍ରିକ୍‌, ଆରନ ହାର୍ଡି, ଟ୍ରାଭିସ ହେଡ୍‌, ଜୋଶ ଇଂଲିଶ, ସ୍ପେନସର ଜନସନ, ମାର୍ନସ ଲାବୁସେନ, ଗ୍ଲେନ ମକ୍ସଓ୍ବେଲ, ତନଭିର ସାଂଘା, ମାଥ୍ୟୁ ଶର୍ଟ ଓ ଆଡାମ ଜାମ୍ପା।