ନୂଆଦିଲ୍ଲୀ,୨୬।୨: ଭାରତୀୟ ଅଧିନାୟକ ରୋହିତ ଶର୍ମା ସାଥୀ ଖେଳାଳି ଅକ୍ଷର ପଟେଲଙ୍କୁ ଦେଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପାଳନ କରିନାହାନ୍ତି। ଅକ୍ଷର ଏବେ ବି ଡିନର ପାଇଁ ଅପେକ୍ଷା କରିଛି।
ବାଂଲାଦେଶ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ ଏର ପ୍ରଥମ ମ୍ୟାଚ୍ରେ ଅକ୍ଷର ଇନିଂସର ୯ମ ଓଭରରେ ହ୍ୟାଟ୍ରିକ ନେବାର ସୁଯୋଗ ପାଇଥିଲେ। ଅକ୍ଷର ଲଗାତାର ଦୁଇଟି ବଲ ରେ ତାନଜିଦ ହାସନ ଏବଂ ମୁସଫିକର ରହିମଙ୍କୁ ଆଉଟ କରିଥିଲେ। ଏହା ପରେ ତୃତୀୟ ବଲଟି ଜାକିର ଅଲିଙ୍କ ବ୍ୟାଟର ଧାର ଦେଇ ସ୍ଲିପ ଆଡକୁ ଯାଇଥିଲା। କିନ୍ତୁ ରୋହିତ ଏକ ସହଜ କ୍ୟାଚ ଛାଡିଥିଲେ। ଏଥିପାଇଁ ଅକ୍ଷର ଏକ ବଡ଼ ସଫଳତା ପାଇବାରୁ ବଞ୍ଚିତ ହୋଇଥିଲେ। ଏହା ପରେ, ରୋହିତ କହିଥିଲେ,ମୋଦ୍ୱାରା ଭୁଲ୍ ହୋଇଛି। ଭାବୁଛି ଅକ୍ଷରଙ୍କୁ ଡିନର ପାଇଁ ବାହାରକୁ ନେଇଯିବାକୁ ପଡିବ।
ପାକିସ୍ତାନ ମ୍ୟାଚ ପରେ ଅକ୍ଷରଙ୍କୁ ପଚରାଯାଇଥିଲା, ରୋହିତ ତାଙ୍କ ପ୍ରତିଶ୍ରୁତି ପାଳନ କରିଛନ୍ତି କି? ଏହା ଉପରେ ଅକ୍ଷର କହିଥିଲେ, ଏବେ ଆମର ୬ ଦିନର ବିରତି ଅଛି। ମୁଁ ଆଶା କରୁଛି ଏହି ସମୟ ମଧ୍ୟରେ ସେ ଏହା ପଳନ କରିବେ।
ଭାରତୀୟ ଦଳ ଏହାର ଦୁଇଟି ମ୍ୟାଚ ଜିତିଛି। ଏହି ସମୟ ମଧ୍ୟରେ, ଅକ୍ଷର ୨ଟି ମ୍ୟାଚ୍ରେ ୩ ଉଇକେଟ ନେଇଛନ୍ତି। ଏହା ସହିତ ଭାରତ ମଧ୍ୟ ସେମିଫାଇନାଲରେ ପ୍ରବେଶ କରିଛି। ଭାରତୀୟ ଦଳ ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଲିଗ ମ୍ୟାଚ ଖେଳିବ।