Categories: ଖେଳ

Champions Trophy: କରାଚୀ ଛାତିରେ ଉଡିଲା ତ୍ରିରଙ୍ଗା, ବିବାଦ ପରେ ମୁଣ୍ଡ ନୁଆଁଇଲା ପାକିସ୍ତାନ

ନୂଆଦିଲ୍ଲୀ,୧୯।୨: ଶେଷରେ ପାକିସ୍ତାନକୁ ପୁଣି ଥରେ ଭାରତ ସମ୍ମୁଖରେ ମୁଣ୍ଡ ନୁଆଁଇବାକୁ ପଡିଛି। ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ, ପାକିସ୍ତାନର କରାଚୀ-ଲାହୋର ଷ୍ଟାଡିୟମର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ଦେଖାଯାଇଥିଲା ଯେ ଏହି ICC ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ସମସ୍ତ ଦଳର ପତାକା ଷ୍ଟାଡିୟମର ଛାତ ଉପରେ ଉଡୁଥିବା ବେଳେ ସେଠାରେ ଭାରତୀୟ ତ୍ରିରଙ୍ଗା ଗାଏବ ଥିଲା।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ସାରା ବିଶ୍ୱରେ ପାକିସ୍ତାନକୁ ନିନ୍ଦା କରାଯାଇଥିଲା। ଏହି ଘଟଣା ପରେ, ପାକିସ୍ତାନ କ୍ରିକେଟ୍ ବୋର୍ଡ କହିଥିଲା ଯେ ଏସବୁ ICCର ନିର୍ଦ୍ଦେଶରେ ଘଟୁଛି। କିନ୍ତୁ ଏବେ ପାକିସ୍ତାନର କରାଚୀ ଷ୍ଟାଡିୟମରେ କିମ୍ବା ପାକିସ୍ତାନର ଛାତିରେ ତ୍ରିରଙ୍ଗା ପତାକା ଉଡ଼ାଯାଇଛି।

ତେବେ ଏହି ଖବର ଚାମ୍ପିୟନ୍ସ ଟ୍ରଫି ଆୟୋଜନ ସହିତ ଜଡିତ ରହିଛି। ୨୩ ବର୍ଷ ପରେ ପାକିସ୍ତାନକୁ କୌଣସି ଆସଇସିସି ଇଭେଣ୍ଟ ଆୟୋଜନ କରିବାକୁ ସୁଯୋଗ ମିଳିଛି। ଯାହା ଆଧାରରେ ଚାମ୍ପିୟନ୍ସ ଟ୍ରଫିର ସମସ୍ତ ମ୍ୟାଚ୍ ଆୟୋଜନର ଅଧିକାର ପାକିସ୍ତାନକୁ ମିଳିଛି। କିନ୍ତୁ ବିସିସିଆଇ ସୀମା ଏବଂ ସୁରକ୍ଷା କାରଣରୁ ଟିମ୍ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ ମନା କରିଦେଇଥିଲା। ଏହାପରେ ପିସିବିର ଇଛା ନ ଥାଇ ମଧ୍ୟ ଟୁର୍ନାମେଣ୍ଟକୁ ହାଇବ୍ରିଡ ମଡେଲରେ ଆୟୋଜନ କରିବାକୁ ପଡିଥିଲା। ଯାହାଦ୍ୱାରା ଭାରତ ଏହାର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ।

Share