ମଣ୍ଡପ ଦୋଳିରେ ବିଜେ ହେଲେ ଚମ୍ପେଶ୍ୱର ବାବା

ସୋନେପୁର,୧୪।୩(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ପ୍ରସିଦ୍ଧ ଶୈବପୀଠ ଚମ୍ପାମାଳ ଚମ୍ପେଶ୍ବର ମହାଦେବ ଶୁକ୍ରବାର ସନ୍ଧ୍ୟାରେ ଭିତିରି ଗମ୍ଭୀରାରୁ ବାହାରି ମଣ୍ଡପ ଦୋଳିରେ ବିଜେ ହୋଇଛନ୍ତି । ବାବା ଭକ୍ତଙ୍କୁ ମଣ୍ଡପରେ ଦର୍ଶନ ଦେବା ସହ ବିଳମ୍ବିତ ରାତିରେ ଗ୍ରାମ୍ୟ ପରିକ୍ରମା କରି ହରିହର ଭେଟ ପାଇଁ ମେଳନ ପଡିଆକୁ ଯିବାର ପରମ୍ପରା ରହିଛି। ଶନିବାର ମଧ୍ୟାହ୍ନ ୧୨ ପରେ ଚମ୍ପେଶ୍ୱର ବାବା ମନ୍ଦିରକୁ ପ୍ରବେଶ କରିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।