ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ ଦୁବୃର୍ତ୍ତମାନେ ତାଙ୍କ ଘରେ ପଶି ଟଙ୍କା ଓ ସୁନା ରୁପା ଅଳଙ୍କାର ଲୁଟ କରିଥିବା ନେଇ ଅଭିଯୋଗ ହୋଇଛି l ଗତକାଲି ବିଳମ୍ବିତ ରାତିରେ ଦୁଇଟି ପରିବାର ତାଙ୍କ ଘରେ ଶୋଇଥିବା ଘର ବାହାର ପଟୁ ଦୃବୁର୍ତ୍ତ ତାଲା ପକାଇ ଅନ୍ୟ ଘର ଥିବା ଆଟାଚରୁ ଘର କାମ ପାଇଁ ରଖିଥିବା ୯୫ ହଜାର ଟଙ୍କା ଓ ୧ ଲକ୍ଷ ଟଙ୍କାର ସୁନା ରୁପା ଅଳଙ୍କାର ଲୁଟ କରିଥିଲେ l
ସେହିପରି ଅନ୍ୟ ଏକ ଘରେ ପଶି ଧାନ ବିକ୍ରି କରି ରଖିଥିବା ୪୫ ହଜାର ଟଙ୍କା ଲୁଟ କରି ଫେରାର ହୋଇଯାଇଥିବା ବେଳେ ଭୁଗୁପୁର ସଂଲଗ୍ନ ପାଇକାଳପୁର ଗ୍ରାମର ସୁକାନ୍ତ ସାହୁଙ୍କ ଦୋକାନ ଭାଙ୍ଗି ନଗଦ ୮ ହଜାର ଓ ଅନ୍ୟାନ୍ୟ ଗ୍ରୋସରୀ ସାମଗ୍ରୀ ଚୋରାଇ ନେଇଛନ୍ତି। ସିମୁଳିଆ ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି l

 

Dharitri – Odisha’s No.1 Odia Daily

 

Share