ଚକରା ବିଷୋୟୀ ଫୁଟବଲ ଟୁର୍ଣ୍ଣାମେଣ୍ଟ: ଭୁବନେଶ୍ୱର-ଭଞ୍ଜନଗର କଡ଼ା ଟକ୍କର

ଭଞ୍ଜନଗର,୮ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡ଼ିଆରେ ବୁଧବାରଠାରୁ ରାଜ୍ୟସ୍ତରୀୟ ଚକରା ବିଷୋୟୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଭଞ୍ଜନଗର ଏନ୍‌ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ପ୍ରସାଦ ପ୍ରଧାନ, କେଏସ୍‌ୟୁ ବି କଲେଜ ପ୍ରଶାସନିକ ଅଧିକାରୀ ବିଭାସ ଦାସ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ମ୍ୟାଚ୍‌ ଭୁବନେଶ୍ୱର ଶିବଶକ୍ତି ସହ ଭଞ୍ଜନଗର ଫୁଟବଲ କ୍ଲବ ମଧ୍ୟରେ ମ୍ୟାଚ୍‌ ହୋଇଥିଲା। ଦିତୀୟ ମ୍ୟାଚ୍‌ ଫୁଲବାଣୀ ବାଣିଶ୍ରୀ କ୍ଲବ ଓ ଭୁବନେଶ୍ୱର ଫ୍ରେଣ୍ଡସ୍‌ ପାରାଡାଇଜ କ୍ଲବ ମଧ୍ୟରେ ମ୍ୟାଚ୍‌ ହେବ। ତୃତୀୟ
ମ୍ୟାଚ୍‌ ଖୋର୍ଦ୍ଧା (ଏଫ୍‌ସି)କୁ ଭଞ୍ଜନଗର ନରେଶ ଫୁଟବଲ କ୍ଲବ ମଧ୍ୟରେ ମ୍ୟାଚ ହେବ। ଚତୁର୍ଥ ମ୍ୟାଚ୍‌ ବଉଦ (ଜିଏମସି) ଓ ଜଗତସିଂହପୁର ମେଦିନୀପୁର ଫୁଟବଲ କ୍ଲବ ମଧ୍ୟରେ ମ୍ୟାଚ ହେବ। ଉକ୍ତ ୪ଟି ମ୍ୟାଚ୍‌ ବିଜେତାଙ୍କ ମଧ୍ୟରେ ଗୁରୁବାର ଦୁଇଟି ସେମି ଫାଇନାଲ ମ୍ୟାଚ ହେବ। ଆସନ୍ତାକାଲି ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଗୁରୁବାର ଫାଇନାଲ ମ୍ୟାଚ ହେବ। ଉକ୍ତ ଦିନ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରାଙ୍କ ସମେତ ବହୁ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବହୁଦିନ ପରେ ଭଞ୍ଜନଗର କଲେଜ ପଡ଼ିଆରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି। ତେଣୁ ଖେଳାଳି ଏବଂ ଦର୍ଶକ ମଧ୍ୟରେ ଉତ୍ସାହ ଭରି ରହିଛି। ପ୍ରଶାନ୍ତ ମହାନ୍ତି ଧାରାବିବରଣୀ ପ୍ରଦାନ କରିଥିଲେ। ମ୍ୟାଚ୍‌ଗୁଡ଼ିକୁ ଜାତୀୟ ରେଫରି ସୁବ୍ରତ କୁମାର ପୁରୋହିତ, ରାଜ୍ୟ ସ୍ତରୀୟ ରେଫରୀ ପି. ରମେଶ, ସଲିଲ କୁମାର ବେହେରା, ବିଚିତ୍ର ଜେନା ପରିଚାଳନା କରୁଛନ୍ତି।

ପ୍ରଥମ ମ୍ୟାଚ ଭଞ୍ଜନଗର ୨-୦ ଗୋଲରେ ବିଜୟୀ ହୋଇ ସେମି ଫାଇନାଲରେ ପ୍ରବେଶ କରିଛି।

Dharitri – Odisha’s Leading and Most Trusted Odia Newspaper