ଥୁଆମୂଳ ରାମପୁର,୯।୪(ଦୁର୍ଗା କୀର୍ତ୍ତି): ସାରା ଓଡିଶାରେ ବାର ମାସରେ ତେର ପର୍ବ ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ମାଁ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ମହାସମାରୋହରେ ସମ୍ପନ୍ନ ହେଇଯାଇଛି I ରାଜା ରାଜୁଡ଼ା ଅମଳର ଏହି ଥୁଆମୂଳ ରାମପୁର ଅଞ୍ଚଳର ମା’ ଠାକୁରାଣୀଙ୍କୁ ନିଜ ଇଷ୍ଟ ଦେବୀ କୁହାଯାଏ। ଗତ ୯ ଦିନ ଧରି ଦ୍ବାର ଦ୍ବାର ବୁଲି ଭକ୍ତଙ୍କୁ ଦର୍ଶନ ଦେଉଥିବା ମା’ଙ୍କୁ ମଙ୍ଗଳବାର ସନ୍ଧ୍ୟା ୯.୩୦ରେ ନିଜ ଆସ୍ଥାନକୁ ବିରାଜମାନ କରିବା ପାଇଁ ଯାଇଥିବା ସମୟରେ ଗ୍ରାମର ଶହ ଶହ ମହିଳା ଏବଂ ପୁରୁଷ ହୁଳହୁଳି ଶଙ୍ଖ ଘଣ୍ଟ ବାଦ୍ୟରେ ଶୁଭ ବିଦାୟ ଦେଇଛନ୍ତି l
ଏହି ପୂଜା ଅବସରରେ ଭାବରେ ଡମ୍ବରୁ ଧର ପୁଝାରୀ ମା’ଙ୍କ ଘଣ୍ଟକୁ ମୁଣ୍ଡରେ ବହନ କରିଥିବା ବେଳେ ଯୁବକ ଲାଲ ପରିଚ୍ଛା ମା’ଙ୍କ ଛତର ଧରିଥିଲେ ଏବଂ ମା’ଙ୍କ ମୁଖ୍ୟ ପୂଜକ ଭାବରେ ଅଶୋକ ମୁଣ୍ଡ ଏବଂ ଶରତ ଚନ୍ଦ୍ର ପୁଝାରୀ ମା’ଙ୍କ ପୂଜାର୍ଚ୍ଚନା ସହିତ ଘଣ୍ଟ ସାଙ୍ଗରେ ଅଞ୍ଚଳର ବିଭିନ୍ନ ଗାଁ , ପଡ଼ା ପରିକ୍ରମା କରିଥିଲେ l ସାରା ରାଜ୍ୟରେ ମା’ ଠାକୁରାଣୀଙ୍କ ପର୍ବ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ଚୈତ୍ର ଯାତ୍ରା ଚୈତ୍ର ମାସର ଚତୁର୍ଥୀ ତିଥିର ପ୍ରଥମ ମଙ୍ଗଳବାର ଠାରୁ ଆରମ୍ଭ ହେଇ ୯ଦିନ ବ୍ୟାପୀ ଏହି ଚୈତ୍ର (ଘଣ୍ଟ ଯାତ୍ରା) ପାଳନ କରାଯାଏ l ଏଥିରେ ସହ ସହ ଭକ୍ତ ଓ ଶ୍ରଦ୍ଧାଳୁମାନେ ମାଙ୍କ ଆଶୀର୍ବାଦ ଲାଭ ପାଇବା ପାଇଁ ମା’ଙ୍କ ଶରଣ ନେଇ ଥାଆନ୍ତି l ମା’ ଠାକୁରାଣୀଙ୍କ ଏହି ଏହି ଘଣ୍ଟ ଯାତ୍ରା ବର୍ଷର ଚୈତ୍ର ମାସରେ ହିଁ ପାଳନ କରାଯାଏ। ମା’ଙ୍କ ଏହି ପର୍ବକୁ ସହର ଠାରୁ ଆରମ୍ଭ କରି ପୁରପଲ୍ଲୀରେ ମଧ୍ୟ ସୁନ୍ଦର ଭାବରେ ପାଳନ କରୁଥିବା ବେଳେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଥୁଆମୁଳ ରାମପୁର ବ୍ଳକ ସଦରସ୍ଥିତ ତାଳବନ୍ଧ ପଡ଼ା (ସମା ଗୁଡ଼ା) ଠାରେ ଦୁର୍ଗା ପରିବାର ପକ୍ଷରୁ ବେଶ ଧୂମଧାମରେ ମା’ଙ୍କୁ ସ୍ବାଗତ କରି ପରିବାରର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠରେ ପୂଜାର୍ଚ୍ଚନା ପୂର୍ବକ ମା’ଙ୍କୁ ଭୋଗ ଆହାର ଅର୍ପଣ କରିଥିଲେ। ମା’ଠାକୁରଙ୍କ ପୂଜା ପାଇଁ ପୂର୍ବରୁ ବିଧିବଦ୍ଧ ଭାବରେ ଚୈତ୍ର ପର୍ବ ପାଇଁ ଗାଁର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନ ଭକ୍ତି ଭାବ ଜାଗ୍ରତ ହୋଇଥାଏ।