Categories: Home Leftଖେଳ

ୟୁଏଇରେ ଭାବିପତ୍ନୀଙ୍କୁ ମନେ ପକାଇଲେ ୟୁଜବେନ୍ଦ୍ର: ଧନଶ୍ରୀ ଦେଲେ ଏଭଳି ଜବାବ

ନୂଆଦିଲ୍ଲୀ,୨୮।୮: କିଛିଦିନ ପୂର୍ବେ ପ୍ରେମିକା ଧନଶ୍ରୀ ବର୍ମାଙ୍କ ସହ ନିର୍ବନ୍ଧ କରିଛନ୍ତି ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ। ସେବେଠାରୁ ସୋସିଆଲ ମିଡିଆରେ ଭାବିପତ୍ନୀଙ୍କ ସହ ସେ ଫଟୋ ଶେୟାର କରି ଆସୁଥିଲେ। ଏବେ ଆଇପିଏଲ୍‌-୨୦୨୦କୁ ନେଇ ସେ ୟୁଏଇରେ ଅଛନ୍ତି। ସେଠାରେ ଥାଇ ମଧ୍ୟ ସେ ଧନଶ୍ରୀଙ୍କ ସହ ନିଜର ଫଟୋ ପୋଷ୍ଟ କରୁଛନ୍ତି। ସେଭଳି ଏକ ସେଲ୍‌ଫି ପୋଷ୍ଟ କରି ଚହଲ ଦୁଇଟି ହାର୍ଟ ଇମୋଜି ଦେଇଥିଲେ। ଏହା ଏବେ ଭାଇରାଲ ହେଉଛି। ଭାବିପତ୍ନୀଙ୍କଠାରୁ ଦୂରରେ ଥିବାରୁ ଚହଲ ତାଙ୍କୁ ମନେ ପକାଉଛନ୍ତି ତାହା ସ୍ପଷ୍ଟ ହୋଇଛି। ପୋଷ୍ଟରେ ଧନଶ୍ରୀ ମଧ୍ୟ ଦୁଇଟି ହାର୍ଟ ଇମୋଜି ଦେଇଛନ୍ତି। ସେ ମଧ୍ୟ ୟୁଜବେନ୍ଦ୍ରଙ୍କୁ ମନେ ପକାଉଥିବାକୁ ନେଇ ଏବେ ଚର୍ଚ୍ଚା ହେଉଛି।

Share