ଚହଲ-ଧନଶ୍ରୀଙ୍କ ଛାଡ଼ପତ୍ରକୁ ନେଇ ଚାଞ୍ଚଲ୍ୟକର ଖୁଲାସା: ୧୮ ମାସ ହେବ…

ଭାରତୀୟ କ୍ରିକେଟର୍‌ ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଅଲଗା ହୋଇଯାଇଛନ୍ତି। ଉଭୟଙ୍କୁ ନିକଟରେ ମୁମ୍ବାଇର ଫ୍ୟାମିଲି କୋର୍ଟରେ ଦେଖାଯାଇଥିଲା। ଚହଲ ଏବଂ ଧନଶ୍ରୀଙ୍କ ଛାଡପତ୍ରର ସ୍କ୍ରିପ୍ଟ ବହୁତ ପୂର୍ବରୁ ଲେଖା ସରିଛି। ଏ ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ ଆସିଛି।
ଚହଲ ଏବଂ ଧନଶ୍ରୀ ବହୁତ ଦିନ ଧରି ଅଲଗା ରହୁଥିଲେ। ଏକ ରିପୋର୍ଟ ଅନୁଯାୟୀ, ଉଭୟ ପ୍ରାୟ ୧୮ ମାସ ଧରି ଅଲଗା ରହୁଥିଲେ। ଏହି ଦୁଇଜଣଙ୍କ ସମ୍ପର୍କରେ ପୂର୍ବରୁ ଫାଟ ଦେଖାଦେଇଥିଲା।
ଧନଶ୍ରୀ କିଛି ମାସ ପୂର୍ବରୁ ଇନଷ୍ଟାଗ୍ରାମରୁ ତାଙ୍କ ନାମରୁ ଚହଲଙ୍କ ନାମ ହଟାଇ ଦେଇଥିଲେ। ଏବେ ସେମାନଙ୍କ ଛାଡପତ୍ରର କାରଣ ମଧ୍ୟ ପ୍ରକାଶ ପାଇଛି।
ଚହଲ ଏବଂ ଧନଶ୍ରୀ ପରିବାର ଅଦାଲତରେ ଛାଡପତ୍ରର କାରଣ ଜଣାଇଥିଲେ। ସେମାନେ କହିଛନ୍ତି, ପାରସ୍ପରିକ ମତଭେଦ ଯୋଗୁ ସେମାନଙ୍କର ଛାଡପତ୍ର ହେଉଛି ଏବଂ ଉଭୟ ଏଥିରେ ସହମତ।
ଚହଲ ଡିସେମ୍ବର ୨୦୨୦ରେ ଧନଶ୍ରୀଙ୍କୁ ବିବାହ କରିଥିଲେ। କିନ୍ତୁ ଏହି ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ଅଧିକ ଦିନ ତିଷ୍ଠି ପାରି ନାହିଁ। ଚହଲ ଧନଶ୍ରୀଙ୍କୁ ୬୦ କୋଟି ଟଙ୍କା ଭରଣପୋଷଣ ଦେଇଥିବା ଗୁଜବ ଥିଲା। ତାଙ୍କ ପରିବାର ଏହାକୁ ମଧ୍ୟ ଅସ୍ବୀକାର କରିଛନ୍ତି।
ଧନଶ୍ରୀ ପେସାରେ ଜଣେ ନୃତ୍ୟଶିଳ୍ପୀ। ଚହଲ ସୋସିଆଲ ମିଡିଆ ମାଧ୍ୟମରେ ଧନଶ୍ରୀଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ। ସେ ନୃତ୍ୟ ଶିଖିବା ପାଇଁ ଧନଶ୍ରୀଙ୍କୁ ଭେଟିଥିଲେ। କିନ୍ତୁ ଏହା ପରେ ଉଭୟ ବନ୍ଧୁ ହୋଇଗଲେ ଏବଂ ତା’ପରେ ବିବାହ କଲେ।