ଡିଅନ୍‌ ରିଭର ଫ୍ରଣ୍ଟ ହାଉସିଂ ପ୍ରକଳ୍ପକୁ ପ୍ରମାଣପତ୍ର

ଭୁବନେଶ୍ୱର,୫।୩: ରାଜ୍ୟର ପ୍ରମୁଖ ଗୃହ ନିର୍ମାଣକାରୀ ସଂସ୍ଥା ତଥା ଡିଅନ୍‌ ଗ୍ରୁପ୍‌ର ଅଗ୍ରଣୀ ହାଉସିଂ ପ୍ରକଳ୍ପ ‘ଡିଅନ୍‌ ରିଭର ଫ୍ରଣ୍ଟ ଫେଜ୍‌-୧ ଏବଂ ଫେଜ୍‌-୨’କୁ ନିକଟରେ ପଞ୍ଜୀକରଣ ପ୍ରମାଣପତ୍ର ମିଳିଛି। ଏପରିକି କଟକ ବିକାଶରେ ଗୁରୁତ୍ୱ ବହନ କରୁଥିବା ଏବଂ କମ୍ପାନୀର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଡିଅନ୍‌ ରିଭର ଫ୍ରଣ୍ଟ ଫେଜ୍‌-୧ ଏବଂ ଫେଜ୍‌-୨ ହାଉସିଂ ପ୍ରକଳ୍ପକୁ ନିକଟରେ ପଞ୍ଜୀକରଣ ପ୍ରମାଣପତ୍ର ମିଳିଛି। ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ (ଓରେରା) ଅଧିନିୟମ ଅନୁଯାୟୀ ଡିଅନ୍‌ ଇନ୍‌ଫ୍ରାଟେକ୍‌କୁ ଆନୁଷ୍ଠାନିକ ଭାବେ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ପକ୍ଷରୁ ଏହି ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ସେହିଭଳି କମ୍ପାନୀର ଏହି ସଫଳତା କଟକର ରିଅଲ ଇଷ୍ଟେଟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ। ବିଶେଷକରି ସିଡିଏ ଦ୍ବାରା ପଞ୍ଜୀକୃତ ଏହା ୫ମ ପ୍ରକଳ୍ପ ହୋଇଥିଲାବେଳେ ଏହି ସ୍ବୀକୃତି ପାଇବାକୁ କମ୍ପାନୀର ଶେଷ ହୋଇଥିବା ପ୍ରକଳ୍ପ ମଧ୍ୟରେ ଦ୍ୱିତୀୟ ବୋଲି ଡିଅନ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଡିଅନ୍‌ ଇନ୍‌ଫ୍ରାଟେକ୍‌ର ଏହି ସଫଳତା ପାଇଁ ୨୨୨ ଆବଣ୍ଟନକାରୀ ବାଣ ଫୁଟାଇବା ସହ କେକ୍‌ କାଟି ନିଜ ଖୁସି ବ୍ୟକ୍ତ କରିଛନ୍ତି। ଏହି ଅବସରରେ ଡିଅନ୍‌ ଇନ୍‌ଫ୍ରା ଟେକ୍ସୋସାଇଟିର ସଭାପତି କହିଛନ୍ତି, ଆମ ଉଦ୍ଦେଶ୍ୟ ଏକ ସମାଜ ଗଢ଼ିବା, ଯେଉଁଠି ଏକତା, ଭାଇଚାରା ଏବଂ ସମାନତାର ମୂଲ୍ୟବୋଧ ରହିବ। ଆଗାମୀ ଦିନରେ ଆମେ ଏକ ଉନ୍ନତ ଏବଂ ସମୃଦ୍ଧ ସମାଜ ଗଢ଼ିବା ଦିଗରେ ନିଜ ଚେଷ୍ଟା ଜାରି ରଖିବୁ। ସେହିପରି ଡିଅନ୍‌ ଇନ୍‌ଫ୍ରାଟେକ୍‌ର ନିର୍ଦ୍ଦେଶକ ମନୋଜ ସାହୁ, କଟକ ଉନ୍ନୟନ କର୍ତ୍ତୃପକ୍ଷ ଅଧିକାରୀଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କୃତଜ୍ଞତା ଜଣାଇଛନ୍ତି। ରିଭର ଫ୍ରଣ୍ଟ ଫେଜ୍‌-୧ ଏବଂ ଫେଜ୍‌-୨ ପ୍ରକଳ୍ପ ଓରେରା ଅଧିନିୟମ ଅନୁଯାୟୀ ପଞ୍ଜୀକୃତ ହେବା ଦ୍ୱାରା ଆବଣ୍ଚିତ ବ୍ୟକ୍ତିମାନେ ବର୍ତ୍ତମାନ ନିଜ ଫ୍ଲାଟ୍‌କୁ ନିଜ ନାମରେ ପଞ୍ଜୀକୃତ କରିପାରିବେ ବୋଲି ଅଭିବ୍ୟକ୍ତ କରିଛନ୍ତି।