କୋଭିଡ-୧୯ ମାମଲା ବଢିବା ପରେ କେନ୍ଦ୍ର ଆଲର୍ଟ, ଜେଏନ୍‌.୧ ଭାରିଆଣ୍ଟକୁ ନେଇ ଜାରି ହେଲା ଆଡଭାଇଜରୀ

ନୂଆଦିଲ୍ଲୀ,୧୮।୧୨: କୋଭିଡ ମାମଲା ବୃଦ୍ଧି ଏବଂ ଭାରତରେ ଜେଏନ୍‌.୧ ଭାରିଆଣ୍ଟର ପ୍ରଥମ ମାମଲାର ଚିହ୍ନଟକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କୁ ଏକ ଆଡଭାଇଜରୀ ଜାରି କରାଯାଇଛି। କୋଭିଡ ପରିସ୍ଥିତିର ନିରନ୍ତର ନଜର ରଖିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ଅନୁରୋଧ କରିଛି।

ରାଜ୍ୟଗୁଡିକ ନିୟମିତ ଭାବରେ ପ୍ରତି ଜିଲାରେ ଏସ୍‌ଏଆରଆଇ ଏବଂ ଆଇଏଲଆଉ ମାମଲା ରିପୋର୍ଟ ଏବଂ ତଦାରଖ କରିବାକୁ ପଡିବ। ବହୁ ସଂଖ୍ୟକ ଆରଟିପିସିଆର ପରୀକ୍ଷା ସହିତ ପର୍ଯ୍ୟାପ୍ତ ପରୀକ୍ଷଣ ନିଶ୍ଚିତ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହିତ ଜିନୋମ କ୍ରମ ପାଇଁ ପଜିଟିଭ୍‌ ନମୁନା ଲାବୋରେଟୋରୀକୁ ପଠାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସୋମବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଭାରତରେ ୨୬୦ ଟି ନୂଆ କରୋନା ମାମଲା ରେକର୍ଡ ହୋଇଛି। ଯାହା ଫଳରେ ସକ୍ରିୟ ମାମଲା ୧,୮୨୮କୁ ବୃଦ୍ଧି ପାଇଛି।

Share