CHC ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍‌, ସମସ୍ୟା ସମାଧାନ ପ୍ରତିଶ୍ରୁତି

କେସିଙ୍ଗା,୫।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବୁଧବାର ସନ୍ଧ୍ୟାରେ ୩ ଜଣିଆ କେନ୍ଦ୍ରୀୟ ଦଳ ପରିଦର୍ଶନ କରିଛନ୍ତି। ଡା. ତମନ୍ନା ଶର୍ମା, ଡା. ବିଦ୍ୟାଧର ତ୍ରିପାଠୀ ଓ ଡା. ସମ୍ବିଦ ପ୍ରଧାନଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ ପ୍ରସୂତି, ଶିଶୁ ସ୍ୱାସ୍ଥ୍ୟ, ଇନଡୋର-ଆଉଟଡୋର, ଲ୍ୟାବ ଓ ଟେକ୍ନିକାଲ ବିଭାଗ ପରିଦର୍ଶନ କରି ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ବୁଝିଥିଲେ।

କେନ୍ଦ୍ରର ବିଭିନ୍ନ ସମସ୍ୟା ଓ ଉନ୍ନୟନ ଆବଶ୍ୟକତାକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଟିମ୍ ପ୍ରତିଶ୍ରୁତି ଦେଇଛନ୍ତି। ୬ ବର୍ଷ ପରେ ହୋଇଥିବା ଏହି ପରିଦର୍ଶନରେ ସମସ୍ତ କାର୍ଯ୍ୟ ଠିକ୍‌ ଚାଲିଥିବା ଦେଖି ସନ୍ତୋଷ ପ୍ରକାଶ କରିଛନ୍ତି। ପରିଶେଷରେ କେନ୍ଦ୍ର ପରିସରରେ ବୃକ୍ଷରୋପଣ ମଧ୍ୟ କରାଯାଇଛି।

ପରିଦର୍ଶନରେ ରାଜ୍ୟର ଡା. ଅବନୀ ମହାପାତ୍ର, ଡା. ସ୍ୱରୂପ ଦାଶ ପ୍ରମୁଖ ସହ ମେଡିକାଲ ଅଧିକ୍ଷା ଡା. ପ୍ରଜ୍ଞା ପ୍ରୀତିଶ୍ରୁତି ମାଝୀ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Share
Tags: kesinga CHC