ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି କୁଇକୁଳ ସମାଜ କାର୍ଯ୍ୟାଳୟଠାରେ କେନ୍ଦ୍ର କୁଇକୁଳ (କୁଇ ସମାଜ)ସମିତିର ବୈଠକ କେନ୍ଦ୍ର ସଭାପତି କ୍ଳେଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ସମିତି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସହ ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏ ନେଇ ସମିତି ପକ୍ଷରୁ ପଞ୍ଚାୟତ ସ୍ତରରୁ କେନ୍ଦ୍ର, ଜିଲା ଓ ରାଜ୍ୟ ସ୍ତରରେ ସମିତିକୁ ସୁଦୃଢ଼ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ସେହିପରି ଜିଲାର ୫ଟି ବ୍ଲକ ତଥା ଦାରିଙ୍ଗବାଡି ସମେତ ବାଲିଗୁଡା, କୋଟଗଡ଼, ତୁମୁଡିବନ୍ଧ ଏବଂ କ. ନୂଆଗାଁ ବ୍ଲକକୁ ନେଇ କେନ୍ଦ୍ର ଗଠନ ହୋଇଛି। ଏହି ୫ ବ୍ଲକରେ ଜନଜାତିଙ୍କ ଥିବା ବିଭିନ୍ନ ସମସ୍ୟା ତଥା ଜଳ, ଜଙ୍ଗଲ, ଜମିକୁ ଗୁରୁତ୍ୱ ଦିଆଯିବା ସହ ଅଣ ଆଦିବାସୀଙ୍କ କବଜାରେ ରହିଥିବା ଜମିକୁ ଫେରେଇ ଆଣିବା ସରକାରଙ୍କ ପକ୍ଷରୁ ଜନଜାତିଙ୍କୁ ତାଙ୍କ ଜଙ୍ଗଲଜମି ଅଧିକାର ଦେବାରେ ପ୍ରହସନକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ସମିତି ନିଷ୍ପତ୍ତି ନେଇଛ। ସିଡୁଲ ଅଞ୍ଚଳରେ ଜନଜାତିଙ୍କ ଅଧିକାରକୁ ଦିଆଯିବା ସମ୍ଭିଧାନର ପଞ୍ଚମ ଅନୁସୂଚି ଓ ଆଦିବାସୀର ଅଧିକାର ବିଷୟରେ ସଚେତନ କରିବା ଉଦ୍ଧେଶ୍ୟରେ ଆଲୋଚନା କରାଯାଇଥିଲା। ଆଗାମୀ ସମୟରେ ପ୍ରତେକ କ୍ଷେତ୍ରରେ ଆଦିବାସୀ ବିରୋଧି କାର୍ଯ୍ୟ କଳାପକୁ ପ୍ରତିରୋଧ କରିବାପାଇଁ କୁଇ ସମାଜ ନେତୃତ୍ୱ ନେବାକୁ କେନ୍ଦ୍ର ସଭାପତି ପ୍ରତିଶୃତି ଦେଇଥିଲେ।