ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି । ମହଙ୍ଗା ଭତ୍ତା ବା DA Hikeକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ମହଙ୍ଗା ଭତ୍ତା ବୃଦ୍ଧି ପାଇଁ କେନ୍ଦ୍ରର ଲକ୍ଷ ଲକ୍ଷ କର୍ମଚାରୀ ଅପେକ୍ଷା କରି ରହିଥିବା ବେଳେ ଏ ନେଇ ଖୁବଶୀଘ୍ର ବଡ ଘୋଷଣା କରିବେ ସରକାର । ମିଳିଥିବା ସୂଚନା ଅନୁଯାୟୀ, ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଆସନ୍ତା ହୋଲି ପୂର୍ବରୁ ବଡ ଉପହାର ଦେଇପାରନ୍ତି ।
କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ DA ବୃଦ୍ଧି ପାଇଁ ଅପେକ୍ଷାର କେବେ ହେବ ଅନ୍ତ ? ବାସ୍ତବରେ, କେନ୍ଦ୍ର ସରକାର ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫକୁ ସଂଶୋଧନ କରନ୍ତି । ପ୍ରଥମ ସଂଶୋଧନ ଜାନୁଆରୀ ୧ରୁ ଏବଂ ଦ୍ୱିତୀୟଟି ଜୁଲାଇ ୧ରୁ ଲାଗୁ ହୋଇଥାଏ । ପୂର୍ବରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । ହୋଲି ପୂର୍ବରୁ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର ।
ମିଡିଆ ରିପୋର୍ଟ ଅନୁଯାୟୀ, ଏଥର ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍ରେ ୨ ପ୍ରତିଶତ ବୃଦ୍ଧି ହୋଇପାରେ । ତେବେ ଏଥର ମହଙ୍ଗା ଭତ୍ତାରେ କେତେ ପ୍ରତିଶତ ବୃଦ୍ଧି ହେବ ସେ ନେଇ ଅଧିକାରୀକ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।