ଦାରିଙ୍ଗବାଡ଼ି,୨୫ା୯ (ଅରୁଣ ସାହୁ): ଦାରିଙ୍ଗବାଡ଼ିର ରାଶିପଦା ପଡିଆଠାରେ ଆର୍ଏସ୍ଏସ୍ର ଶହେ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଛି। ଏହି ଅବସରରେ ପଥ ସଞ୍ଚଳନ କାର୍ଯ୍ୟକ୍ରମ ପେଟ୍ରୋଲ ଟାଙ୍କି ଛକ ନିକଟରୁ ବାହାରି ବଜାର ଦେଇ ଘୋଷ ବାଦ୍ୟ ତାଳେତାଳେ ରାଶିପଦା ପଡ଼ିଆରେ ପହଞ୍ଚିଥିଲେ। ସେଠାରେ ଜୟନ୍ତୀ ଉତ୍ସବକୁ ପାଳନ କରାଯାଇଥିଲା। ବିଜୟ ଦଶମୀରେ ଆର୍ଏସ୍ଏସ୍ର ଶହେବର୍ଷ ପୂର୍ତ୍ତି ହେଉଥିବା ବେଳେ ସମସ୍ତ ଗାଁ, ପଞ୍ଚାୟତ, ବ୍ଲକ୍ ହେଡ଼ କ୍ୱାଟରରେ ଏହି ଜୟନ୍ତୀକୁ ଆର୍ଏସ୍ଏସ୍ର କାର୍ଯ୍ୟକର୍ତ୍ତା, ସଦସ୍ୟମାନେ ପାଳନ କରୁଥିବା କହିଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ପ୍ରଦେଶର ପୂର୍ବ ପ୍ରାନ୍ତ ସେବା ପ୍ରମୁଖ ଶାନ୍ତନୁ କୁମାର ମାଝୀ ଯୋଗଦେଇ ଏହାର ଉଦ୍ଦେଶ୍ୟ ଓ ଆର୍ଏସ୍ଏସ୍ର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥିତ କର୍ମକର୍ତ୍ତା ଓ ସଦସ୍ୟଙ୍କୁ କହିଥିଲେ। କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ଖଣ୍ଡର ବ୍ୟବସ୍ଥା ପ୍ରମୁଖ ଗୌରୀ ଶଙ୍କର ସାହୁ ଏବଂ ମହାବୀର ପ୍ରଭାତ ଶାଖା ମୁଖ୍ୟ ପ୍ରଶିକ୍ଷକ ଭଗବାନ ସାହୁ ଏବଂ ଅନ୍ୟ କର୍ମକର୍ତ୍ତା ମାନେ ସାମିଲ ଥିଲେ।