ମୁମ୍ବାଇ: ଚର୍ଚ୍ଚାରେ ବଲିଉଡର ପୂର୍ବତନ ଅଭିନେତ୍ରୀ ତଥା ମିସ୍ ଇଣ୍ଡିଆ ସେଲିନା ଜେଟଲୀ। ତାଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଛି। ସ୍ବାମୀ ପିଟର ହାଗଙ୍କ ବିରୋଧରେ ଅଭିନେତ୍ରୀ ଘରୋଇ ହିଂସା ଭଳି ସଂଗିନ ଅଭିଯୋଗ ଆଣି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହି ଖବର ବଲିଉଡଜଗତରେ ଆଲୋଡ଼ନ ସୃଷ୍ଟି କରିଛି।
୪୭ ବର୍ଷୀୟ ସେଲିନା ୨୦୧୦ ସେପ୍ଟେମ୍ବର ୧୮ରେ ସେଲିନା ପିଟର୍ଙ୍କୁ ବିବାହ କରିଥିଲେ। ଏବେ ସେ ତିନୋଟି ସନ୍ତାନର ଜନନୀ। ପିଟର ତାଙ୍କୁ ଶାରୀରିକ, ମାନସିକ, ଯୌନ ଏବଂ ଆର୍ଥିକ ନିର୍ଯାତନା ଦେଉଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏପରିକି ସେ ୫୦ କୋଟି ଟଙ୍କା କ୍ଷତିପୂରଣ ସହ ମାସକୁ ୧୦ ଲକ୍ଷ ଟଙ୍କା ଭରଣପୋଷଣର କରିଛନ୍ତି ଦାବି । ଅଭିନେତ୍ରୀ ଅନ୍ଧେରୀ କୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ଆଗାମୀ ଦିନରେ ଶୁଣାଣି ହେବ।
ସେଲିନା ଏବେ ଅଷ୍ଟ୍ରିୟାରୁ ଭାରତକୁ ଫେରିଆସିଛନ୍ତି। କିନ୍ତୁ ସନ୍ତାନମାନଙ୍କୁ ପିଟର୍ ଅଷ୍ଟ୍ରିୟାରେ ରଖି ତାଙ୍କୁ ଭିଡିଓ କଲ୍ ଓ ଫୋନ କଲ୍ କରିବାରୁ ବାରଣ କରୁଛନ୍ତି। ସେଲିନା ଅଦାଲତଠାରୁ ସନ୍ତାନମାନଙ୍କର ଅଭିଭାବକତ୍ୱ ଏବଂ ନିୟମିତ ଯୋଗାଯୋଗର ଅନୁମତି ଦାବି କରିଛନ୍ତି। ଏହାର ପରବର୍ତ୍ତୀ ଶୁଣାଣି ୧୨ ଡିସେମ୍ବର ୨୦୨୫ରେ ନିର୍ଦ୍ଧାରିତ କରାଯାଇଛି।
ସେଲିନା ଜେଟଲୀ ୨୦୦୩ରେ ଅଭିନୟରେ ଡେବ୍ୟୁ କରିଥିଲେ। ତାଙ୍କର ଅଭିନୟରେ ‘ନୋ ଏଣ୍ଟ୍ରି’, ’ଶୋର୍ଯ୍ୟ’ ଭଳି ଫିଲ୍ମ ରହିଛି। ବିବାହ ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଦୂରେଇ ଯାଇ ପରିବାର ଓ ସନ୍ତାନମାନଙ୍କ ପ୍ରତି ଧ୍ୟାନ ଦେଇଥିଲେ। ହେଲେ ବୈବାହିକ ଜୀବନରେ ହିଂସାର ସମ୍ମୁଖୀନ ହେବା ପରେ ସେ ଭାଙ୍ଗି ପଡ଼ିଛନ୍ତି। ସୋସିଆଲ ମିଡିଆରେ ଭାବବିହ୍ବଳ ପୋଷ୍ଟ ଲେଖିଛନ୍ତି, ଯାହାକୁ ଦେଖି ପ୍ରଶଂସକ ତାଙ୍କୁ ଶାନ୍ତ୍ୱନା ଦେଉଛନ୍ତି।
Dharitri – Odisha’s No.1 Odia Daily