Chandigarh, Sep 20 (ANI): Punjab CM-designate Charanjit Singh Channi, Congress leader Rahul Gandhi, PPCC President Navjot Singh Sidhu and AICC in-charge of Punjab Harish Rawat and Punjab Ministers OP Soni and Sukhjinder S Randhawa during swearing-in ceremony, at Raj Bhavan in Chandigarh on Monday. (ANI Photo)
ଚଣ୍ଡିଗଡ଼,୧୪ ।୧: ପାଖେଇ ଆସିଲାଣି ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ । ଗୁରୁବାର କଂଗ୍ରେସ ସେଣ୍ଟ୍ରାଲ ଇଲେକ୍ସନ କମିଟି(ସିଇସି)ର ଏକ ବୈଠକ ଭିଡିଓ କନଫରେନସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଗାମୀ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ସ୍ଥିର କରାଯାଇଛି । ତେଣୁ ପ୍ରଥମ ପର୍ଯ୍ୟାୟର ତାଲିକା ଖୁବଶୀଘ୍ର ଆସିବ ବୋଲି ଅନୁମାନ କରାଯାଉଛି । ଏହି ତାଲିକା ଅନୁଯାୟୀ ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି କି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ୨ଟି ଆସନରେ ପ୍ରତିଦ୍ୱନ୍ଦିତା କରିପାରନ୍ତି । ପ୍ରଥମ ତାଲିକାରେ ୭୦ରୁ ଅଧିକଙ୍କ ନାମ ଚୁଡାନ୍ତ ହୋଇଥିବା ଜଣାପଡିଛି । ଶୁକ୍ରବାର କଂଗ୍ରେସ ତା’ର ଦ୍ୱିତୀୟ ବୈଠକ କରିବା ସହ ଅନ୍ୟ ପ୍ରାର୍ଥୀଙ୍କ ନାମ ଚୁଡାନ୍ତ କରିବ ବୋଲି କୁହାଯାଉଛି ।