ଉପଖଣ୍ଡ ସରକାରୀ ଚିକିତ୍ସାଳୟ କେନ୍ଦ୍ର ପରିଦର୍ଶନ କଲେ ସିଡିଏମ୍‌ଓ

ଛତ୍ରପୁର,୨ା୪(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଡାକ୍ତର ଭବାନୀଶଙ୍କର ମିଶ୍ର ଦାୟିତ୍ୱ ଗ୍ରହଣ କରିବା ପରେ ବୁଧବାର ଅଚାନକ ଛତ୍ରପୁର ଉପଖଣ୍ଡ ସରକାରୀ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଚିକିତ୍ସାଳୟରେ ରୋଗୀଙ୍କୁ ପ୍ରଦାନ କରାଯାଉଥିବା ସ୍ବାସ୍ଥ୍ୟସେବା, ନିରାମୟ କେନ୍ଦ୍ର, ପାଥୋଲୋଜି, ଓପିଡି, ହେଲ୍ପ ଡେସ୍କ, ଫିଜିଓଥେରାପି, ଇନଣ୍ଡୋର, ଆଉଟ୍‌ଡୋର, ଡାଇଲିସିସ କେନ୍ଦ୍ର, ଡାକ୍ତରମାନଙ୍କ ସଠିକ ଚିକିତ୍ସା ଆଦି ବୁଲି ଦେଖିଥିଲେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମିଶ୍ର, ଏହି ପରିଦର୍ଶନ ବେଳେ ମାତୃ ଓ ଶିଶୁ ଜିଲା ସଂଯୋଜକ ଶକ୍ତି କୁମାର ଦିଗାଲ, ସିଡିଏମଓ ଅଫିସର ସିନିଅର କିରାଣି ପ୍ରଦୀପ ସେନାପତି, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରଙ୍କ ସହ ଅନ୍ୟାନ୍ୟ ଷ୍ଟାଫ୍‌ ଉପସ୍ଥିତ ଥିଲେ।

Share
Tags: cdmo