CBSE Result: ଦଶମରେ କଳାହାଣ୍ଡି ଟପ୍ପର ହେଲେ ଅନିକେତ ପଣ୍ଡା

ଭବାନୀପାଟଣା, ୧୩।୫(ଉତ୍ତମ କୁମାର ଦାଶ)-ସିବିଏସଇ ଦଶମ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଏଥିରେ କଳାହାଣ୍ଡି ଜିଲା ଜୁନାଗଡ ଓଡିଶା ଆଦର୍ଶ ବିଦ୍ୟାଳୟ(ଓଏଭି)ର ଛାତ୍ର ଅନିକେତ ପଣ୍ଡା ଜିଲା ଟପ୍ପର ହୋଇ ନିଜ ସ୍କୁଲ ପାଇଁ ଗୌରବ ଆଣିଛନ୍ତି। ସେ ସର୍ବମୋଟ ୫ଶହ ମାର୍କରୁ ୪୮୮ ମାର୍କ (୯୭.୬%) ରଖି ଜିଲା ଟପ୍ପର ହୋଇଛନ୍ତି । ଭବିଷ୍ୟତରେ ଜଣେ ଭଲ ଡାକ୍ତର ହେବାକୁ ଅନିକେତ ଲକ୍ଷ୍ୟ ରଖିଛନ୍ତି । ଜୁନାଗଡ ସହର ଲକ୍ଷ୍ମୀ ସାଗରପଡାର ନରେନ୍ଦ୍ର କୁମାର ପଣ୍ଡା ଓ ଜୋସ୍ନାମୟୀ ପଣ୍ଡାଙ୍କ ଏକମାତ୍ର ପୁଅ ଅଟନ୍ତି। ଅନିକେତ ଜିଲା ଟପ୍ପର ହେବା ପରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

Share