ଭଞ୍ଜନଗର,୨୮।୧୧(ବାବୁଲା ପ୍ରଧାନ): ଓଡ଼ିଶା ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଏ ନେଇ ପ୍ରଥମେ ପୋଲିସ ଘଟଣାର ତଦନ୍ତ କରିଥିଲା। ପରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିଲା। କିନ୍ତୁ ଘଟଣାର ଅଧିକ ତଦନ୍ତ ପାଇଁ ରାଜ୍ୟ ସରକାର ସିବିଆଇକୁ ତଦନ୍ତ ପାଇଁ ସୁପାରିସ କରିଥିଲେ। ପୁର୍ବରୁ ପୋଲିସ ୧୧୪ ଜଣ ପରୀକ୍ଷାର୍ଥୀଙ୍କ ସମେତ ୩ ଜଣ ଦଲାଲଙ୍କୁ ଗିରଫ କରିଥିଲେ। ଗିରଫ ମାନଙ୍କ ମଧ୍ୟରୁ ଅଧିକାଂଶ ଭଞ୍ଜନଗର ଅଞ୍ଚଳର ଥିବା ଜଣାପଡିଛି। ଗତ ନଭେମ୍ବର ୧୨ରେ ସିବିଆଇ ଘଟଣାର ତଦନ୍ତ ଦାୟିତ୍ୱ ନେଇଛି। ପରେ ସିବିଆଇ ଟିମ ତତ୍ପର ଦେଖାଇବା ପରେ ତଦନ୍ତରେ ଅଗ୍ରଗତି ଘଟିଛି। ଏହିଭଳି ପରିସ୍ଥିତିରେ ଶୁକ୍ରବାର ସିବିଆଇ ଟିମ୍ ଭଞ୍ଜନଗର ଥାନାରେ ପହଞ୍ଚି ଘଟଣାର ତଦନ୍ତ କରିଛି। ଭଞ୍ଜନଗର ଥାନାକୁ ସିବିଆଇ ଟିମ୍ ୩ ଜଣ ଅଭିଯୁକ୍ତଙ୍କୁ ଡାକି ପଚରାଉଚରା କରିଥିଲେ। ଗିରଫ ଅଭିଯୁକ୍ତମାନେ ବର୍ତ୍ତମାନ ଜାମିନରେ ଅଛନ୍ତି।