ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି। ପୋଲିସ ଘଟଣାରେ ସମ୍ପୃକ୍ତ ୪ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛି। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ନଗଦ ୩୭ ଲକ୍ଷ ୪୦ ହଜାର ଟଙ୍କା ସହ ୧୦ ଲକ୍ଷ ଟଙ୍କାର ରୁପା ସାମଗ୍ରୀ ସହ ୫୦ ଗ୍ରାମ ସୁନା ଗହଣା ଜବତ କରିଛି।
ସୂଚନା ଯୋଗ୍ୟ, ଜାଗରରେ ପରିବାର ଲୋକେ ମନ୍ଦିର ଯାଇଥିଲେ। ସେତିକିବେଳେ ଦୁର୍ବୃତ୍ତମାନେ ଘରେ ପଶି ଚୋରି କରିଥିଲେ। ପରିବାର ଲୋକେ ଘରକୁ ଆସି ଚୋରି ହୋଇଥିବା ଜାଣି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା।