ବାଣ ବିକ୍ରିକଲେ ଭୁଲିଗଲେ ହିତାହିତ ଜ୍ଞାନ : ବାରୁଦ ଲାଗିଥିବା ବର୍ଜ୍ୟବସ୍ତୁକୁ ଗୋରୁ ଖାଇ

ଦାରିଙ୍ଗବାଡି, ୨୫।୧୦ (ଅରୁଣ ସାହୁ): ଚଳିତ ବର୍ଷ ଦାରିଙ୍ଗବାଡ଼ି ଅଞ୍ଚଳରେ ବଡ଼ ଧୁମ ଧାମରେ ଦୀପାବଳୀ ପାଳନ ହୋଇଛି। ଏଥିପାଇଁ ବାଣ ବ୍ୟବସାୟୀ ମାନେ ଲାଇସନ୍ସ କରି ପୋଲିସ ଅଗ୍ନିଶମ ବିଭାଗର ଅନୁମତି କ୍ରମେ ସହର ଠାରୁ ଦୂରରେ ହେଲିପ୍ୟାଡ଼ ପଡିଆରେ ଖୋଲା ସ୍ଥାନରେ ବାଣ ଦୋକାନ ଖୋଲଥିଲେ। ମୋଟ ୫ ଜଣ ଲାଇସାନ୍ସ ଧାରୀ ଲକ୍ଷ ଲକ୍ଷ ଟଙ୍କାର ବାଣ ବ୍ୟବସାୟ କଲେ କିନ୍ତୁ ବାଣ ପ୍ୟାକେଟରୁ ବାହାରିଥିବା ବର୍ଜ୍ୟବସ୍ତୁକୁ ପଡିଆରେ ଛାଡି ଚାଲିଗଲେ। କେହି ଜଣେବି ବ୍ୟବସାୟୀ ଏହାକୁ ସଫା କରି ଦୂରରେ ଫିଙ୍ଗିବା ବଦଳରେ ସେଠାରେ ଫୋପାଡ଼ିଥିଲେ। ାଣ ପ୍ରସ୍ତୁତ କରାଯାଇଥିବା ବାରୁଦ ଲାଗିଥିବା କାଗଜ ଗୁଡିକ ଗୋରୁ ଗାଈ ଖାଉଥିବା ଓ ବିଭିନ୍ନ ରୋଗର ଶୀକାର ହେଉଥିବା ନେଇ ଅସନ୍ତୋଷ ଦେଖାଯାଇଛି । ଏଭଳି ଘଟଣାକୁ ଅଞ୍ଚଳବାସୀ ନାପସନ୍ଦ କରିଛନ୍ତି । ଏନେଇ ଦାରିଙ୍ଗବାଡି ଡିଏସପି ତଥା ଥାନା ଅଧିକାରୀ କନକ ମାଝୀଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଏହି ବ୍ୟବସାୟ କରିଥିବା ବ୍ୟବସାୟିଙ୍କୁ ସେଠାରୁ ତୁରନ୍ତ ବର୍ଜ୍ୟବସ୍ତୁ ହଟାଇବାକୁ ନିର୍ଦ୍ଦେଶ ଦିଆଯିବ ନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

 

Dharitri – Odisha’s No.1 Odia Daily

Share
Tags: kandhamal